ରାୟଗଡ଼ା, ୨୪/୦୯ : ସୃଷ୍ଟି ହୋଇଛି ଗଭୀର ଅବପାତ। ମଧ୍ଯରାତ୍ରିରେ ଆନ୍ଧ୍ରପ୍ରଦେଶରେ ଲ୍ଯାଣ୍ଡଫୋଲ୍ କରିଛି ଗଭୀର ଅବପାତ। ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ଯ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଗୁରୁବାର ଭୋର ୪ଟାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ପବନର ବେଗ କମ୍ ଥିଲେ ହେଁ ଲଗାଣ ବର୍ଷା ଜାରି ରହିଛି। ଦିନ ତମାମ୍ ନିର୍ଧୁମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି। ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବେଶ୍ ସତର୍କତା ଅବଲମ୍ବନ କରିଛି। ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାର ମାନଙ୍କୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିର୍ଦେଶ ଦେଇଥିବା ବେଳେ ୧୧ଟି ହଟ୍ ସ୍ପଟ୍ କୁ ଚିହ୍ନଟ କରାଯାଇଛି।

Also Read :- ଏହି ରାସ୍ତା ଦେଇ ଯିବ ଗଭୀର ଅବପାତ, ମଡେଲରୁ ଆସିଲା ଡରାଇଲା ଭଳି ରିପୋର୍ଟ, କିଛି ବି ଘଟିପାରେ !

ଯେଉଁ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ସେଠାରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି। ସେହିପରି ପାନୀୟ ଜଳ,ବିଦ୍ଯୁତ୍ ବିଭାଗକୁ ସଜାଗ ରହିଥିବା ବେଳେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ମଧ୍ଯ ସଜାଗ ରହିଛି। ଗତ ଦୁଇ ଦିନ ହେବ ଜିଲ୍ଲାରେ ଝିପିଝିପି ବର୍ଷା ହେବା ପରେ ବୁଧବାର ଲ୍ଯାଣ୍ଡଫଲ ହେବାର କିଛି ସମୟ ପରେ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି।