ପୁରୀ ୩୧।୦୮ : ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି। ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଧରି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କାର୍ଯ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯିବ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ବଣିଆ, ଜେମୋଲୋଜିଷ୍ଟ, ଭଣ୍ଡାର ମେକାପ, ଦେଉଳକରଣ ଉପସ୍ଥିତ ରହିବେ। ମହାପ୍ରଭୁଙ୍କ ଦୂର୍ଲ୍ଲଭ ସ୍ବର୍ଣ୍ଣ ଅଳଙ୍କାର ସହିତ ହୀରା, ଲୀଳା, ମୋତି ମାଣିକ୍ୟର ଗଣତି ମଣତି କରାଯିବ। ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ଗଣତି ମଣତି କାର୍ଯ୍ୟର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାରର ମେଳକ କରାଯିବ। ଗଣତିମଣତି ସମୟରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରିପାରିବେ।

Also Read:-ରାଖୀ ବାନ୍ଧି ସାଙ୍ଗରେ ଫେରୁଥିଲେ ୪ ଭାଇ-ଭଉଣୀ, ବସ୍‌ ଷ୍ଟପରେ ମାଡ଼ିଗଲା କାର୍‌; ୩ ମୃତ