ଭୁବନେଶ୍ବର ୮।୯: ଓଡ଼ିଶା ଜଙ୍ଗଲରେ ଓରାଙ୍ଗଓଟାନ ଦେଖାଯିବା ପରେ ବିଭିନ୍ନ ପ୍ରକାଶ ସନ୍ଦେହ ପ୍ରକାଶ ପାଇଛି । ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀଙ୍କ କହିବା ଅନୁସାରେ, ଓରାଙ୍ଗଓଟାନ ଚାଲାଣରେ ଆନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବିଶେଷ ସୂତ୍ରରୁ ବାଲେଶ୍ୱର ଜଙ୍ଗଲ ବିଭାଗ ଖବର ପାଇ ଜଙ୍ଗଲ ଯାଇ ପାଞ୍ଚଟି ଓରାଙ୍ଗଓଟାନ ପାଇଛନ୍ତି । ସେମାନଙ୍କ ବୟସ ବର୍ଷେରୁ ଦୁଇ ବର୍ଷ ହେବ । ଏହା ଭାରତରେ ଦେଖାଯାଆନ୍ତି ନାହିଁ । ଏବେ ସେମାନେ କ୍ବାରେଣ୍ଟାଇନରେ ଅଛନ୍ତି । ପରେ ନନ୍ଦନକାନନ ଆସିବେ । ପ୍ରାଣୀ ଚିକିତ୍ସକ ଚିକିତ୍ସା କରିବେ । ମାଲେସିଆ, ସୁମାତ୍ରା, ଇଣ୍ଡୋନେସିଆ ଓ ଚାଇନାରେ ଏହା ଦେଖିବାକୁ ମିଳେ ।

Also Read:- ହଷ୍ଟେଲ୍ ରୁମ୍‌ରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ?

ଓଡ଼ିଶା ପାଇଁ ସୌଭାଗ୍ୟ ଯେ ଏହି ବିରଳ ପ୍ରଜାତି ଆସିଛି । ବୋଧହୁଏ ଆନ୍ତର୍ଜାତୀୟ ମାଫିଆ ଏହା ଚାଲାଣ କରୁଥାଇପାରେ । ଗୋଟେ ଓରାଙ୍ଗଓଟାନର ବଜାରରେ ଦାମ୍ ୨୫ ଲକ୍ଷ ଟଙ୍କା । ଚାଲାଣ ସନ୍ଦେହ ହେଉଛି । ACCFଙ୍କ ତଦନ୍ତ ପରେ ପ୍ରକୃତ ସତ ଜଣାପଡ଼ିବ । ଏଥିରେ ଆନ୍ତର୍ଜାତୀୟ ଲିଙ୍କ୍ ଅଛି । କାରଣ ଏହି ପ୍ରଜାତି ଭାରତରେ ନାହାନ୍ତି । ବେଙ୍ଗଲ କି ଅନ୍ୟ କେଉଁଠାକୁ ଚାଲାଣ ହେଉଥିଲା, ଜଣାପଡ଼ିବ । ଓରାଙ୍ଗଓଟାନ ମଣିଷକୁ କ୍ଷତି ପହଞ୍ଚାନ୍ତି ନାହିଁ । ସେମାନେ ଶାନ୍ତ ସ୍ଵଭାବର । ଇତିହାସ କୁହେ, ଏମାନେ ମଣିଷର ପୂର୍ବଜନ୍ମ । ଓରାଙ୍ଗଓଟାନକୁ ନେଇ ରିସର୍ଚ୍ଚ ହେବ । ଜାପାନରୁ ବି କିଛି ପଶୁ ଅଦଳବଦଳରେ ନନ୍ଦନକାନନ ଆସିବେ ବୋଲି ମନ୍ତ୍ରୀ କହିଛନ୍ତି ।

Watch Video: