ରାଞ୍ଚୀ,୧୧/୦୮: ଝାଡଖଣ୍ଡର ରାଞ୍ଚୀରେ୧୭ଦିନ ଧରି ଛାତ୍ରଙ୍କ ଆନ୍ଦୋଳନ ଜାରି ରହିଛି । ଜେପିଏସସି ଏବଂ ଜେଏସଏସସି ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେସେମାନେଆନ୍ଦୋଳନକରୁଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଲାଣି । ସୋମବାର ଆନ୍ଦୋଳନରତ ଛାତ୍ର ବିଧାନସଭା ଘେରାଉ କରିବାକୁ ଯାଇଥିଲେ । ସେମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା । ଯାହାକୁ ନେଇ ବିଜେପି ମଙ୍ଗଳବାର ଝାଡଖଣ୍ଡ ବନ୍ଦ ଡାକରା ଦେଇଛି ।

ଛାତ୍ର ଅନ୍ଦୋଳନ ମଧ୍ୟରେ ଆଉ ଏକ ଖବର ଆସିଛି । ଜେପିଏସସିର ପୂର୍ବତନ ଚେୟାରମ୍ୟାନ୍ ଏସ ଖିୟାଙ୍କତେଙ୍କୁ ସିଆଇଡି ଗିରଫ କରିଛି । ସରକାର ପୂର୍ବରୁ ହିଁ ତିନୋଟି ପରୀକ୍ଷାକୁ ରବ୍ଦ କରିଛନ୍ତି । ଇଡି ମାମଲାର ଅର୍ଥନୈତିକ କୋଣରୁ ତଦନ୍ତ କରିବ । ଏହାବ୍ୟତୀତ ଛାତ୍ରମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ସେମାନେ କେବଳ ଗୋଟିଏ ପରୀକ୍ଷା ପାଇଁ ନୁହେଁ ପୂରା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ବିଧାନସଭା ଘେରାଉ ବେଳେ ହାତାହାତି

ଜେପିଏସସି ଏବଂ ଏସଏସସି ପରୀକ୍ଷାରେ ଅନିୟମିତତା ନେଇ ଝାଡଖଣ୍ଡରେ ଛାତ୍ରଆନ୍ଦୋଳନ ତେଜିବାରେ ଲାଗିଛି । ସୋମବାର ଆନ୍ଦୋଳନକାରୀମାନେ ବିଧାନସଭା ଘେରାଉ କରିଥିଲେ । ପୋଲିସର ବ୍ୟାରିକେଡ୍ ଭାଙ୍ଗି ସେମାନେ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏସବୁ ଭିତରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ମଧ୍ୟ ଉପୁଜିଥିଲା । ଅନ୍ୟ ଦିଗରେ ଛାତ୍ରଙ୍କୁ ଅଟକାଇବା ପାଇଁସୁରକ୍ଷାକର୍ମୀଙ୍କପକ୍ଷରୁ ପାଣିମାଡ଼ କରାଯାଇଥିଲା ।

Also Read :- ସହରରେ ସିରିଜ୍‌ ଦୁର୍ଘଟଣା, ମହିଳା ମୃତ ସହ ଅନେକ ଗାଡ଼ି ଭାଙ୍ଗି ଚୁର୍‌ମାର୍‌

ପୋଲିସର ପାଣିମାଡକୁ ଆନ୍ଦୋଳନକାରୀ ଖାତିର ନକରି ଓଲଟା ଏହା ଆଗରେ ଠିଆ ହୋଇଥିବାଦେଖିବାକୁ ମିଳିଥିଲା । ପୋଲିସ ମଧ୍ୟ ସେମାନଙ୍କୁ ହଟାଇବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା ।

ରାହୁଲଙ୍କ ବିରୋଧ

କଂଗ୍ରେସ ନେତା ରାହୁଲ ଗାନ୍ଧି ଝାଡଖଣ୍ଡ ରାଜଧାନୀ ରାଞ୍ଚୀରେ ପ୍ରଦର୍ଶନରତ ଛାତ୍ରଙ୍କ ଉପରେ ହୋଇଥିବା ଲାଠି ମାଡ଼କୁ ନେଇ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି‘ଝାଡଖଣ୍ଡରେ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଉପରେ ବଳ ପ୍ରୟୋଗ ଭୁଲ, ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ ଲାଗି ଛାତ୍ରଙ୍କ ଅଧିକାର ରହିଛି ଓ ଆଲୋଚନା ମାଧ୍ୟମରେ ସମାଧାନର ବାଟ କଢା ଯାଇ ପାରିବ। ଝାଡ଼ଖଣ୍ଡ ସରକାରଙ୍କୁ ଛାତ୍ରଙ୍କ କଥା ଶୁଣିବାକୁ ପଡିବ ଓ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ କାଢିବାକୁ ପଡିବ ବୋଲି ବିରୋଧି ଦଳ ନେତା ମତ ରଖିଛନ୍ତି ।