ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଖବର ସମସ୍ତଙ୍କୁ ବିସ୍ମିତ କରିଛି । ଏବେ ବି ତାଙ୍କର ପ୍ରଶଂସକଙ୍କ ନାନାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସାରା ଭାରତରେ ଲୋକପ୍ରିୟ ନାନା ପାଟେକରଙ୍କୁ ଝୁରୁଛନ୍ତି ଲୋକେ । କିନ୍ତୁ ନାନାଙ୍କ ମୃତ୍ୟୁରେ ଏକମାତ୍ର ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଖୁସି ବ୍ୟକ୍ତି କରିଥିଲେ। ସେ ସୋସିଆଲ ମିଡିଆରେ, ସୈତାନର ମୃତ୍ୟୁ ହୋଇଛି ବୋଲି ଲେଖିଥିଲେ । ଏଥିପାଇଁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ନିକଟରେ ଏକ ସାକ୍ଷାତକାରରେ ତନୁଶ୍ରୀ କହିଥିଲେ, ନାନା ପାଟେକରଙ୍କ ମୃତ୍ୟୁ ହୋଇନାହିଁ ଏବଂ ସେ ବିଦେଶ ଚାଲିଯାଇଛନ୍ତି ।

ନାନାଙ୍କ ମୃତ୍ୟୁକୁ ନେଇ ତନୁଶ୍ରୀ ଦତ୍ତାଙ୍କ ଅବାନ୍ତର ଯୁକ୍ତି ଉପରେ ଅଭିନେତାଙ୍କ ପୁଅ ମହ୍ଲାର ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ୨୦୧୮ ମସିହାରେ ଏକ ଯୌନ ନିର୍ଯାତନା ମାମଲାକୁ ତନୁଶ୍ରୀ ଉଜାଗର କରିଥିବାରୁ ଏହା ଉପରେ ପ୍ରତିକ୍ରିୟା ଦେଇ ମହ୍ଲାର କହିଛନ୍ତି, କାହାର ନାମ ନନେଇ କହିବାକୁ ଚାହୁଁଛି, ଲୋକମାନେ ଯେଉଁ ମାମଲାକୁ ଉଠାଉଛନ୍ତି ତାହା ଶେଷ ହୋଇସାରିଛି ।

'ହିନ୍ଦୁସ୍ଥାନ ଟାଇମ୍ସ'କୁ ଦେଇଥିବା ଏକ ସାକ୍ଷାତକାରରେ ମହ୍ଲାର କହିଛନ୍ତି, ନ୍ୟାୟପାଳିକା ତାଙ୍କୁ (ନାନା ପାଟେକର) ସମସ୍ତ ଅଭିଯୋଗରୁ ମୁକ୍ତ କରିସାରିଛି । କୋର୍ଟରେ ଏହି ମାମଲା ଶେଷ ହୋଇଛି। ତଥାପି କିଛି ଲୋକ ଏହି ବିଷୟରେ କଥା ହେଉଛନ୍ତି। ମୁଁ ଏପରି ଲୋକଙ୍କୁ କିଛି କହିବାକୁ ଚାହେଁ ନାହିଁ । ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ।’

ନାନା ପାଟେକରଙ୍କ ପରଲୋକ
ଅକ୍ଟୋବର ୮, ୨୦୨୬ରେ ହୃଦଘାତରେ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ହୋଇଥିଲା । ଘରେ ଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ହୃଦଘାତ ହୋଇଥିଲା । ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ସବୁ ଚେଷ୍ଟ ବିଫଳ ହୋଇଥିଲା ଏବଂ ଶେଷରେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ନାନା ପାଟେକର ।

ନାନାଙ୍କ ଶେଷକୃତ୍ୟରେ ବଲିଉଡ୍ର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଡୋଞ୍ଜେ ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ନାନା ପାଟେକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସଲମାନ ଖାନ, ଶାହରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ ପରି ବହୁ ବିଶିଷ୍ଟ କଳାକାର ସୋସିଆଲ ମିଡିଆ ମାଧ୍ୟମରେ ନିଜର ଶୋକ ପ୍ରକାଶ କରିଥିଲେ।