ମୁମ୍ବାଇ : ସେଲିବ୍ରିଟି ଏତେ ସୁରକ୍ଷିତ କେମିତି। ଏ ପ୍ରଶ୍ନର ଉତ୍ତର ହେଉଛି ସେମାନଙ୍କ ବଡିଗାର୍ଡ। ହଁ ସେମାନଙ୍କ ପାଇଁ ତ ନିଜକୁ ନିରାପଦ ଅନୁଭବ କରନ୍ତି ସେଲିବ୍ରିଟି। କୌଣସି ଶୋ' ହେଉକି, ସାଧାରଣ ସ୍ଥାନରେ ହେଉଥିବା ଗହଳି ପ୍ରତ୍ୟେକ ସ୍ଥାନରେ ସେମାନେ ଦିଅନ୍ତି ସୁରକ୍ଷା। ସାଧାରଣତଃ ଯେତେବେଳ, ସେଲିବ୍ରିଟି ବଡିଗାର୍ଡଙ୍କ କଥା ଉଠେ। ସମସ୍ତଙ୍କ ମନକୁ ପ୍ରଥମେ ସଲମାନ ଖାନଙ୍କ ବଡିଗାର୍ଡ 'ଶେରା'ଙ୍କ ନାଁ ଆସିଯାଏ। କିନ୍ତୁ ଏବେ ଶେରାଙ୍କୁ ଟକ୍କର ଦେଇଛନ୍ତି ଆଉ ଜଣେ ବଡିଗାର୍ଡ। ତାଙ୍କର ଖତରନାକ ଫିଟନେସ୍ ଆଉ ମୋଟା ଅଙ୍କର ଫିସ୍ ଏବେ ସବୁଠି ତାଙ୍କୁ କରିଛି ଚର୍ଚ୍ଚିତ। ସେ ହେଉଛନ୍ତି ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ବଡିଗାର୍ଡ କେଭିନ କୁଣ୍ଟା । ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍।

ଫିଟ୍, ଫାଇନ୍ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ। ମସ୍କୁଲାର ଫିଜିକ୍ ପାଇଁ ପରିଚିତ କେଭିନ। ସେ ଆଫ୍ରିକୀୟ ଦେଶ ଗାମ୍ବିଆର ବାସିନ୍ଦା। ଏବେ ସେ ଇଟାଲୀର ଫ୍ଲୋରେନ୍ସରେ ବସବାସ କରନ୍ତି। ସେ କେବଳ ଜଣେ ବଡିଗାର୍ଡ ନୁହନ୍ତି, ଫ୍ରଫେସନାଲି ସେ ଜଣେ ଆନ୍ତର୍ଜାତୀୟ MMA ବା (Mixed Martial Arts) ଫାଇଟର ମଧ୍ୟ।  ମସିହାରେ ସେ ଇଟାଲୀର ଜାତୀୟ MMA ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ବିଶ୍ୱସ୍ତରରେ MMA ଚାମ୍ପିଅନସିପର ଟାଇଟେଲ୍ ନିଜ ନାଁରେ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସଫଳତା ସହିତ ସେ ଅନ୍ତର୍ଜାତୀୟ ଭିଆଇପି ଓ ସେଲିବ୍ରିଟିଙ୍କ ସୁରକ୍ଷା ଦାୟିତ୍ୱ ମଧ୍ୟ ରହିସାରିଛନ୍ତି। ହେଲେ ବର୍ତ୍ତମାନ ସମୟରେ ସେ ସାଉଥ୍ ଷ୍ଟାର ରାମଚରଣଙ୍କ ବଡିଗାର୍ଡ ଭାବେ ନଜର ଆସିଛନ୍ତି। ରାମଚରଣଙ୍କ ଫିଲ୍ମ ପେଡ୍ଡିର ପ୍ରମୋଶନ ସମୟରେ ରାମ ଯେଉଁଠିକି ବି ଯାଆନ୍ତି। ତାଙ୍କ ସହ ଛାଇ ଭଳି ରୁହନ୍ତି କେଭିନ୍।

ଜବରଦସ୍ତ ଫିଟନେସ୍, ୬ ଫୁଟ୍ ୫ ଇଞ୍ଚ୍ ହାଇଟ୍। ତାଙ୍କ ଲୁକ୍ ଓ ଫିଜ ଦେଖିଲେ କେହି ବି ରାମଚରଣଙ୍କ ପାଖ ବି ମାଡ଼ି ପାରିବେନି। ସେଥିପାଇଁ କେଭିନଙ୍କ ଡିମାଣ୍ଡ୍ ବି ପ୍ରବଳ। ଆଉ ତାଙ୍କ ଫିସ୍ ବି ସେମିତି ଆକାଶ ଛୁଆଁ। ଖବର ଅନୁସାରେ ସେ କୁଆଡ଼େ ଦିନକୁ ୨ ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି। ଯଦି ଏହି ତଥ୍ୟ ସଠିକ୍ ହୁଏ, ତେବେ ମାସକୁ ତାଙ୍କ ଆୟ 1 କୋଟି ଟଙ୍କାରୁ ଅଧିକ ହୋଇପାରେ। ଏହି ହିସାବରେ ଦେଖିଲେ କେଭିନ ଭାରତୀୟ ସିନେମା ଜଗତର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ବଡିଗାର୍ଡମାନଙ୍କ ମଧ୍ୟରେ ସ୍ଥାନ ପାଇପାରନ୍ତି। ଏପର୍ଯ୍ୟନ୍ତ ଶେରାଙ୍କୁ ସବୁଠାରୁ ମହଙ୍ଗା ବଡିଗାର୍ଡ ଭାବେ ବିବେଚନା କରାଯାଏ, ଯାହାଙ୍କ ବାର୍ଷିକ ପ୍ୟାକେଜ୍ ପ୍ରାୟ ୨ କୋଟି ଟଙ୍କା ବୋଲି କୁହାଯାଏ। କିନ୍ତୁ ଲୋକପ୍ରିୟତାରେ କେଭିନ୍ ଏବେ ସେରାଙ୍କୁ ଟପିଯାଇଛନ୍ତି ବୋଲି କୁହାଯାଉଛି।

କେଭିନ କେବଳ ତାଙ୍କର ଫିଟନେସ ନୁହେଁ ବରଂ ଫ୍ୟାଶନ ସେନ୍ସ ପାଇଁ ବି ଯୁବପିଢ଼ୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ସୋସିଆଲ ମିଡିଆରେ ଅନେକ ଫ୍ୟାନ ତାଙ୍କୁ “ସବୁଠାରୁ ଷ୍ଟାଇଲିସ୍ ବଡିଗାର୍ଡ” ବୋଲି ମଧ୍ୟ କହୁଛନ୍ତି। ଇନଷ୍ଟାଗ୍ରାମରେ ସେ ନିୟମିତ ଭାବେ MMA ଟ୍ରେନିଂ, ଜିମ୍ ୱାର୍କଆଉଟ୍ ଏବଂ ଫିଟନେସ ସମ୍ବନ୍ଧୀୟ ଭିଡିଓ ସେୟାର କରନ୍ତି। ତାଙ୍କର ହଜାର ହଜାର ଫଲୋଅର୍ସ ରହିଛନ୍ତି, ଯେଉଁମାନେ ତାଙ୍କ ଫିଟନେସ ଯାତ୍ରାକୁ ନିୟମିତ ଭାବେ ଅନୁସରଣ କରନ୍ତି।

Also Read- ଏଥର ୩ ଇଡିଅଟ୍ସ ନା ୪ ଇଡିୟଟ୍ସ ହେବ ? ଫିଲ୍ମର ସିକ୍ୱେଲ ନେଇ ମୁହଁ ଖୋଲିଲେ ନିର୍ଦ୍ଦେଶକ ରାଜକୁମାର ହିରାନୀ

ରାମଚରଣଙ୍କ ଫିଲ୍ମ ପେଡ୍ଡି ପାଖାପାଖି ୧୦ ଦିନରେ ୱାର୍ଲ୍ଡୱାଇଡ୍ ୩୭୦ କୋଟିରୁ ଅଧିକ ଆୟ କରି ସାରିଲାଣି। ରାମଚରଣଙ୍କ ଦମଦାର ଅଭିନୟର ଚର୍ଚ୍ଚା ସବୁଠି । ଏହାରି ଭିତରେ ରାମ ଚରଣଙ୍କ ସହ କେଭିନଙ୍କ ଉପସ୍ଥିତି ଫ୍ୟାନମାନଙ୍କ ମଧ୍ୟରେ ସୃଷ୍ଟି କରିଛି ଏକ ନୂଆ ଆକର୍ଷଣ ।