ଭୁବନେଶ୍ବର ୫।୩: ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି, ବର୍ତ୍ତମାନ ଏକ ଅପାରଗ ସରକାର ପାଇଛୁ । ବିଜୁ ଜନତା ଦଳ ଏକାଠି ଅଛି । ଆଜି ଆମ ପ୍ରାର୍ଥୀଙ୍କ ସହ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବି । ବିଜୁ ଜନତା ଦଳ ଓ କଂଗ୍ରେସର ରାଜ୍ୟସଭା ଭୋଟ୍ରେ କିଛି ଏପଟ ସେପଟ ହେବ ନାହିଁ । ରାଜ୍ୟସଭା ପ୍ରାର୍ଥୀ ଡ଼. ଦତ୍ତେଶ୍ୱର ହୋତା ପାର ହୋଇଯିବେ । ଥରେ ହ୍ବିପ୍ ଜାରି ହେବା ପରେ କୌଣସି ବିଧାୟକ କ୍ରସ୍ ଭୋଟ୍ କରିପାରିବେ ନାହିଁ । କଂଗ୍ରେସର ଦୁଇ ବିଧାୟକଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । କଂଗ୍ରେସର ବରିଷ୍ଠ ନେତା ସେ ଦୁଇ ବିଧାୟକଙ୍କ ଦାୟିତ୍ଵ ନେଇଛନ୍ତି ବୋଲି ଦେବାଶିଷ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, CISFର ପ୍ରତିଷ୍ଠା ଦିବସରେ ଦେବେ ଯୋଗ

ସେପଟେ, ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଥିବାରୁ ଓ ଆଜି ଶେଷ ଦିନ ହୋଇଥିବାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ । ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣଙ୍କ ନାଁ ସ୍ପଷ୍ଟ ହୋଇସାରିଛି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ୍ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଏବଂ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିବେ ।

​​​​​​​

ଏ ଖବର ବି ପଢ଼ନ୍ତୁ:- ମାର୍ଚ୍ଚ ୧୬ ରେ ରାଜ୍ୟସଭା ଭୋଟ୍, ଆଜି ନାମାଙ୍କନ ଦାଖଲର ଶେଷ ଦିନ

ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଛି କିନ୍ତୁ ଫେବ୍ରୁଆରୀ ୨୬ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ବି ଏପର୍ଯ୍ୟନ୍ତ କେହି ନାମାଙ୍କନ ଦାଖଲ ନାହାନ୍ତି । ମାର୍ଚ୍ଚ ୫ ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ ବୋଲି ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାର୍ଚ୍ଚ ୬ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମାର୍ଚ୍ଚ ୧୬ରେ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।