ଜୟପୁର: ଆଇପିଏଲ ୨୦୨୬ ସଂସ୍କରଣର ୪୩ ତମ ମ୍ୟାଚରେ ଶୁକ୍ରବାର ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୬ ୱିକେଟ ହରାଇ ୨୨୫ ରନ୍‌ କରିଛି। ମ୍ୟାଚ୍ ଜିତିବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୨୬ ରନ୍ ଟାର୍ଗେଟ୍ ହାସଲ କରିବାକୁ ପଡ଼ିବ।

ରାଜସ୍ଥାନ ପକ୍ଷରୁ କ୍ୟାପ୍ଟେନ୍ ରିଆନ ପରାଗ ସର୍ବାଧିକ ୯୦ ରନ୍ କରିଥିବା ବେଳେ ଧ୍ରୁବ ଜୁରେଲ ୪୨ ରନ୍ କରିଥିଲେ। ତେବେ ଡେଥ୍ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା ଡୋନାଭନ ପରେରା ଶେଷ ବେଳକୁ ଧୂଆଁଦାର ବ୍ୟାଟିଂ କରିଥିଲେ। ଏମିତି ମିଚେଲ ଷ୍ଟାର୍କ୍‌ଙ୍କ ଘାତକ ବୋଲିଂକୁ ବି ସେ ମାନି ନଥିଲେ। ଫଳରେ ସେ ମାତ୍ର୧୪ ବଲ୍‌ରେ ୪୭ ରନ୍ କରିଥିଲେ। ସେପଟେ ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ରାଜସ୍ଥାନ ବ୍ୟାଟିଂ

ଏହି ମ୍ୟାଚ ଜିତି ରାଜସ୍ଥାନ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଥର ସମସ୍ତଙ୍କ ନଜରରେ ରହିବ ବୈଭବ ସୂର୍ଯ୍ୟବଂଶୀ ଓ ମିଚେଲ ଷ୍ଟାର୍କଙ୍କ ଉପରେ ରହିଥିଲା। ହେଲେ ଦୁଃଖର କଥା ଆଜିର ମ୍ୟାଚ୍‌ରେ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଚାଲି ନଥିଲା। ସେ ମାତ୍ର ୨ ବଲ୍‌ରେ ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। କାଇଲ ଜେମିସନ ତାଙ୍କୁ କ୍ଲିନ ବୋଲ୍ଡ କରିଥିଲେ। ସେହିପରି ରାଜସ୍ଥାନ ଆଉ ଏକ ଷ୍ଟାର ଓପନର ଜଶସ୍ୱୀ ଜୟସ୍ୱାଲ ବି ମାତ୍ର ୬ ରନରେ ଆଉଟ୍ ହୋଇଯାଇଥିଲେ। ଦଳୀୟ ସ୍କୋର ମାତ୍ର ୧୨ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସର ଦୁଇ ଓପନର ବ୍ୟାଟର ଆଉଟ ହୋଇ ସାରିଥିଲେ।

​​​​​​​ତେବେ ଏଥର କ୍ୟାପ୍ଟେନ ରିଆନ ପରାଗ ଦଳର ମଙ୍ଗ ଧରିଥିଲେ। ରିୟାନ ପରାଗ ୨୦୨୬ ଆଇପିଏଲର ପ୍ରଥମ ୯ଟି ଇନିଂସରେ କେବଳ ୧୧୭ ରନ କରିଥିବା ବେଳେ ଦିଲ୍ଲୀ ବିପକ୍ଷରେ ତାଙ୍କର ଫର୍ମ ଫେରି ଆସିଛି। ଆଜିର ମ୍ୟାଚ୍‌ରେ ସେ ୫୦ ବଲରେ ୯୦ ରନର ଆକର୍ଷଣୀୟ ପାରି ଖେଳିଥିଲେ। ଏହି ବିସ୍ଫୋରକଣ ବ୍ୟାଟିଂରେ ସେ ୮ଟି ଚୌକା ଏବଂ ୫ ଚୌକା ମାରିଥିଲେ।

ରିୟାନ ପରାଗ ଧ୍ରୁବ ଜୁରେଲଙ୍କ ସହ ମିଶି ୧୦୨ ରନର ପାର୍ଟନରସିପ୍ କରିଥିଲେ। ଜୁରେଲ ଆଉଟ୍ ହେବା ପରେ ପରାଗ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ଦ୍ରୁତ ୫୩ ରନ ଯୋଡ଼ିଥିଲେ। ୧୭ତମ ଓଭରରେ ପରାଗ ୯୦ ରନ କରି ଆଉଟ ହୋଇଥିଲେ। ପାରଗଙ୍କ ଝଡ଼ ଥମିବା ପରେ ଡୋନୋଭାନ ପରେରାଙ୍କ ଝଡ଼ ଆରମ୍ଭ ହୋଇଥିଲା। ଡେଥ୍ ଓଭର ବ୍ୟାଟିଂ କରିବାକୁ ଆସିଥିବା ପରେରା ପଡ଼ିଆରେ ଛକ୍କା, ଚୌକା ବର୍ଷା କରିଥିଲେ।

ଫାୟାର ହେଲେ ପରେରା

୧୭ତମ ଓଭରରେ ଡୋନୋଭାନ ଫେରେରା ବ୍ୟାଟିଂ କରିବାକୁ ଆସିଥିଲେ। ୧୮ତମ ଓଭରରେ ସେ କୁଲଦୀପ ଯାଦବଙ୍କ ବଲରେ ତିନୋଟି ଛକା ମାରିଥିଲେ। ତା’ପରେ ସେ ମିଚେଲ ଷ୍ଟାର୍କଙ୍କୁ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଏହାପରେ ଟି ନଟରାଜନ ଶେଷ ଓଭରର ପ୍ରଥମ ବଲରେ ଶୁଭମ ଦୁବେଙ୍କୁ ଆଉଟ୍ କରି ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ଶେଷ ତା’ ଠାରୁ ଅଧିକ ଖରାପ ହୋଇଥିଲା।

ତୃତୀୟ ଏବଂ ଚତୁର୍ଥ ବଲରେ ଯଥାକ୍ରମେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମିଳିଥିଲା। ଅକ୍ଷର ପଟେଲ ଶେଷ ବଲରେ ପରେରାଙ୍କ କ୍ୟାଚ୍ ଛାଡି ଦେଇଥିଲେ, ଯାହା ଅକ୍ଷରଙ୍କ ହାତରେ ବାଜିବା ପରେ ଛକା ହୋଇଥିଲା।