ଭୁବନେଶ୍ୱର,୧୩/୦୮:ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ବଳୁଆ ହେବ। ଗୁରୁବାର ଏହା ଅବପାତର ରୂପ ନେବ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଗୁରୁବାର କେନ୍ଦୁଝରରେ ଭୀଷଣ ବର୍ଷା ହୋଇପାରେ। ବାଲେଶ୍ୱର,ଯାଜପୁର,କଟକ,ସୁନ୍ଦରଗଡ଼,ସମ୍ବଲପୁର,ଦେବଗଡ଼,ଅନୁଗୁଳ,ଢେଙ୍କାନାଳ ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭଦ୍ରକ,କେନ୍ଦ୍ରାପଡ଼ା,ଜଗତସିଂହପୁର,ବରଗଡ଼,ସୋନପୁର,ବୌଦ୍ଧ,ବଲାଙ୍ଗୀର,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ।

Also Read :- NATO ସମ୍ମିଳନୀ ସମୟରେ ଟ୍ରମ୍ପ ରହୁଥିବା ହୋଟେଲ୍ ଏବଂ ଫ୍ଲୋର୍ ବିଷୟରେ ଜାଣିଥିଲା ଇରାନ: ରିପୋର୍ଟ

ଉତ୍ତର ଓଡ଼ିଶା,ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ହୋଇପାରେ। ଶୁକ୍ରବାର ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର,ଦେବଗଡ଼,ଅନୁଗୁଳ,କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ୧୫ ଓ ୧୬ ତାରିଖରେ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ୨୯.୪,ଫୁଲବାଣୀରେ ୨୬.୮,ମାଲକାନଗିରିରେ ୨୬.୬,ନବରଙ୍ଗପୁରରେ ୨୧.୨ ମିମି ବର୍ଷା ରେକର୍ଡ ହୋଇଛି।