ଭୁବନେଶ୍ୱର,୧୯/୦୮ : ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ। ୨୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ଆଗରୁ ବର୍ଷା ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୨୨ ତାରିଖରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି I ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ୨୩ ଓ ୨୪ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ। ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୫ ରୁ ୨୮ ତାରିଖ ଭିତରେ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହୋଇପାରେ।

Also Read :- Horoscope Today : ଅଗଷ୍ଟ ୧୯ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଏବେ ସକ୍ରିୟ ଥିବା ଲଘୁଚାପ ଆଭ୍ୟନ୍ତରୀଣ ଭାରତକୁ ଅତିକ୍ରମ କରିବା ପରେ ୨୦ ରୁ ୨୪ ଯାଏ ବାୟୁମଣ୍ଡଳୀୟ ସାମୟିକ ବିରାମ ସ୍ଥିତି ସୃଷ୍ଟି ହେବ। କିନ୍ତୁ ମୌସୁମୀ ଟ୍ରଫ୍ର ପୂର୍ବ ଭାଗ ପୁଣି ସକ୍ରିୟ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜଳୀୟବାଷ୍ପ ଓ ବାୟୁ ସଞ୍ଚାଳନକୁ ବଢ଼ାଇବ।

ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଭାଗରେ ରହିଥିବା ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଆସନ୍ତା ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସିଯିବ। କ୍ରମଶଃ ଏହା ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।