ଭଦ୍ରକ ୧୬।୪: ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍ । ଖବର ପାଇ ରେଡ୍ କଲା ଭଦ୍ରକ ପୋଲିସ । ଦୁଇଟି ହୋଟେଲରୁ ୪ ଗ୍ରାହକଙ୍କ ସହ ୨ ଯୁବତୀ ଉଦ୍ଧାର । ଭଦ୍ରକ ସହରାଞ୍ଚଳ ପୋଲିସ ପକ୍ଷରୁ ଦୁଇ ଥାନା ଅଧୀନ ଅଞ୍ଚଳରେ ହୋଇଥିଲା ଚଢ଼ାଉ । ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ ।

ଭଦ୍ରକ ସହରାଞ୍ଚଳ ପୋଲିସ ଭଦ୍ରକ ସହରର ରାଜଘାଟ ବ୍ରିଜ୍ ନିକଟ ଏକ ହୋଟେଲରେ ରେଡ୍ କରିଛି । ରେଡ୍ ବେଳେ ଜଣେ ଯୁବତୀଙ୍କ ସହ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ସେହିଭଳି ଧାମରା ବ୍ରିଜ୍ ନିକଟ ଏକ ହୋଟେଲରେ ରେଡ୍ କରିଛି ପୋଲିସ । ସେହି ହୋଟେଲରୁ ମଧ୍ୟ ଦୁଇ ଗ୍ରାହକଙ୍କୁ ଗିରଫ କରିବା ସହ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

Also Read:- Amravati Scandal: ଫ୍ଲାଟ୍‌କୁ କରାଇଥିଲେ ରଙ୍ଗମହଲ, ବୁର୍ଖା ପିନ୍ଧି ରାତିରେ ଆସୁଥିଲେ ମାଳ ମାଳ ଝିଅ

ତେବେ ଉଦ୍ଧାର ଦୁଇ ଯୁବତୀଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଯାଇଛି । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ୪ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।