ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋମବାର ଦିଲ୍ଲୀରେ ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର ବଳ ପ୍ରୟୋଗକୁ ନିନ୍ଦା କରିଛନ୍ତି ଓ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସର ସବୁଠୁ ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ ଅଟନ୍ତି। ସେ ଏହା ବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗର କଥା ଶୁଣିବା ଆବଶ୍ୟକ ଓ ସେମାନଙ୍କ ଦାବି ମାନିବା ଦରକାର। ଏ ନେଇ ରାହୁଲ ଗାନ୍ଧି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଲେଖିଛନ୍ତି ଯେ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱରେ ୧୫୨ ପେପର ଲିକ୍ ହୋଇଥିବା ବେଳେ ୭.୫କୋଟି ଛାତ୍ରଛାତ୍ରୀ ପୀଡ଼ିତ ହୋଇଛନ୍ତି।

ଦେଶରେ ଏତେ ପେପର ଲିକ୍ ହୋଇଥିଲେ ବି ଜଣେ ବି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି କି କାହାରିକୁ ଦଣ୍ଡିତ ମଧ୍ୟ କରାଯାଇନି। ରାହୁଲ ଲେଖିଛନ୍ତି ଯେ ଜବାବ ମିଳିବ ବା କିପରି? ଯେତେବେଳେ ପରିଶ୍ରମି ଯୁବା ଓ ଛାତ୍ରଛାତ୍ରୀ ଶିକ୍ଷାକକୁ ନେଇ ନାଜ୍ୟ ପ୍ରଶ୍ନ ଉଠାଇଲେ ସେମାନଙ୍କୁ ଜବାବରେ ହାଜତ ଓ ଲାଠି ଦେଖିବାକୁ ପଡିଛି। ପେପର ଲିକ୍ କରିଥିବା ଲୋକେ ବାହାରେ ସ୍ୱାଧୀନ ବୁଲୁଥିବା ବେଳେ ୱାଜିବ ପ୍ରଶ୍ନ କରୁଥିବା ଛାତ୍ରଛାତ୍ରୀଙ୍କୁ ଘୋଷଡା ଯାଉଛି, ପିଟା ଯାଉଛି। ରାହୁଲ ଗାନ୍ଧି ଭିଡିଓ ରେ ଦାବି କରିଛନ୍ତି ଯେ ସରକାର ଦେଶର ଯୁବକଙ୍କୁ କେବଳ ବିଫଳ କରୁ ନାହାନ୍ତି ସେମାନଙ୍କ ଉପରେ ଜୁଲୁମ ମଧ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀ ଅପରାଧୀ ନୁହନ୍ତି ସେମାନଙ୍କ ଦାବି ଯୁକ୍ତିଯୁକ୍ତ।

ରାହୁଲ କହିଛନ୍ତି ଯେ ସେମାନଙ୍କ ପ୍ରତି ପୋଲିସ ଯାହା କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ। ତେବେ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ଦାବିକୁ ସ୍ୱୀକାର କରିନିଅନ୍ତୁ ବୋଲି ରାହୁଲ ଗାନ୍ଧି ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ପ୍ରଧାନମନ୍ତ୍ରୀଙ୍କ ସେହି ଆକ୍ଷେପର ଜବାବ ରଖିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନରେ ଆର୍ବିଟେବଲ ରକେଟ ନିର୍ମାଣ କରୁଥିବା ଯୁବ ନବ ପ୍ରବର୍ତ୍ତକଙ୍କ ଉଚ୍ଚ ପ୍ରଶଂସା କରିଥିଲେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ନ ନେଇ କହିଥିଲେ ଯେ ମୁଁ ସେହି ’୫୬ ବର୍ଷର ଯୁବକ’ କଥା କହୁ ନାହିଁ।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ଜୁନ ୧୯ ତାରିଖରେ ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଯୁବା ନିଶ୍ଚିତ ରୂପେ ଧନ୍ୟବାଦର ପାତ୍ର। ସେ କହିଛନ୍ତି ଯେ ଏହାଠୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପରି ଉପଲବ୍ଧି ଦେଶରେ ଅପାର ଆତ୍ମବିଶ୍ୱାର ସୃଷ୍ଟି କରୁଛି ଓ ବିଶ୍ୱରେ ଏକ ସମ୍ମାନୀତ ତଥା ବିଶ୍ୱାସଯୋଗ୍ୟ ଭାଗିଦାର ରୂପେ ଭାରତର ସ୍ଥିତିକୁ ଆହୁରି ମଜଭୁତ କରୁଛି। ।