ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ‘ଷ୍ଟାର୍ କଲଚର’କୁ ନେଇ ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ବର୍ତ୍ତମାନର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦଳରେ ଏଭଳି ଷ୍ଟାର୍ କଲଚରକୁ ସମ୍ପୂର୍ଣ୍ଣ ନାପସନ୍ଦ କରୁଥିବା ବେଳେ, ପୂର୍ବତନ କୋଚ୍ ତଥା ଅଧିନାୟକ ରାହୁଲ ଦ୍ରାବିଡ଼ କିନ୍ତୁ ଏହି ଚିନ୍ତାଧାରା ସହ ଏକମତ ହୋଇନାହାନ୍ତି।

Also Read: Diet Coke Price Increase: ବଜାରକୁ ଫେରିଲା Diet Coke, କ୍ୟାନ ଅଭାବରୁ କାଚ ବୋତଲ ଦାମ୍ ୧୦୦ ଟଙ୍କା

ଗମ୍ଭୀରଙ୍କ ଆଭିମୁଖ୍ୟ: ‘ବ୍ୟକ୍ତି ନୁହେଁ, ଦଳ ବଡ଼’

ଗୌତମ ଗମ୍ଭୀର ସର୍ବଦା ଦଳୀୟ ସଫଳତା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ତାଙ୍କ ମତରେ, କୌଣସି ଜଣେ ବଡ଼ ଖେଳାଳିଙ୍କୁ ଦଳରେ ସ୍ୱତନ୍ତ୍ର ସ୍ଥାନ ବା ଭିନ୍ନ ସୁବିଧା ସୁଯୋଗ ମିଳିବା ଉଚିତ୍ ନୁହେଁ। ବ୍ୟକ୍ତିଗତ ପରିସଂଖ୍ୟାନ କିମ୍ବା ରେକର୍ଡ ଅପେକ୍ଷା ଦଳର ବିଜୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଗମ୍ଭୀର ଟିମ୍ ଇଣ୍ଡିଆରୁ ଏହି 'ସୁପରଷ୍ଟାର୍' ପରମ୍ପରାର ପୂର୍ଣ୍ଣଚ୍ଛେଦ ପାଇଁ ପ୍ରୟାସ ଜାରି ରଖିଛନ୍ତି।

Also Read: Nitin Gadkari bus travel: କାରକେଡ୍‌କୁ ନା, ବସରେ ଯାଇ ପ୍ରକଳ୍ପର ସମୀକ୍ଷା କରିବେ ନୀତିନ ଗଡ଼କରୀ

ଜବାବ ଦେଲେ ଦ୍ରାବିଡ଼: ‘ଖେଳୁଆଡ଼ ମନୋଭାବ ପାଇଁ ହିରୋ ଦରକାର’

ଅନ୍ୟପକ୍ଷରେ, ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଦ୍ରାବିଡ଼ ଗମ୍ଭୀରଙ୍କ ଏହି ରଣନୀତି ଉପରେ ଭିନ୍ନ ମତ ରଖିଛନ୍ତି। ଦ୍ରାବିଡ଼ କହିଛନ୍ତି, "ଯେକୌଣସି କ୍ରୀଡ଼ା ହେଉ, ତାକୁ ଆଗକୁ ନେବା ପାଇଁ ତାର ହିରୋର ଆବଶ୍ୟକତା ରହିଛି। ମୁଁ ଭାବୁନାହିଁ ଯେ ବିନା ପ୍ରଦର୍ଶନରେ ପ୍ରଶଂସକମାନେ କାହାକୁ ସୁପରଷ୍ଟାର ବୋଲି ମାନିବେ। ବିଶେଷ କରି ଭାରତରେ, ଯଦି ତୁମେ ପଡ଼ିଆରେ ଭଲ ପ୍ରଦର୍ଶନ କରୁଛ, ତେବେ ତୁମକୁ ପ୍ରଶଂସା ମିଳେ ଏବଂ ଖରାପ ପ୍ରଦର୍ଶନ କଲେ ସମାଲୋଚିତ ହେବାକୁ ପଡ଼େ। ଯଦି ଜଣେ ସୁପରଷ୍ଟାର ହେଉଛି, ତେବେ ତାକୁ ପଡ଼ିଆରେ ଦଳକୁ ଜିତାଇବା ପାଇଁ ବହୁତ କିଛି କରିବାକୁ ପଡ଼ିଥାଏ।"

ସେ ନିଜ ସମୟର ଉଦାହରଣ ଦେଇ କହିଛନ୍ତି ଯେ, ସେତେବେଳେ ମଧ୍ୟ ଭାରତୀୟ ଦଳରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହୱାଗଙ୍କ ଭଳି ଏକାଧିକ ସୁପରଷ୍ଟାର ଖେଳାଳି ଏକାଠି ଖେଳୁଥିଲେ।

Also Read: Elon Musk Instagram Controversy: ଇନଷ୍ଟାଗ୍ରାମ ହେଉଛି ‘ଝିଅମାନଙ୍କ ପାଇଁ’

ବଡ଼ ଖେଳାଳିଙ୍କ ଅବସର ପରେ ସନ୍ତୁଳନ ବିଗିଡ଼ିଛି

ଭାରତୀୟ ଟେଷ୍ଟ ଦଳର ବର୍ତ୍ତମାନର ସ୍ଥିତିକୁ ନେଇ ଦ୍ରାବିଡ଼ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରୋହିତ ଶର୍ମା, ବିରାଟ କୋହଲି ଏବଂ ଆର. ଅଶ୍ୱିନଙ୍କ ଭଳି ବଡ଼ ଖେଳାଳିମାନେ ଅବସର ନେବା ପରେ ଭାରତୀୟ ଦଳର ସନ୍ତୁଳନ କିଛି ମାତ୍ରାରେ ବିଗିଡ଼ି ଯାଇଛି। ଏଭଳି ଏକ ସଂକ୍ରମଣ କାଳୀନ ସମୟରେ ଦଳକୁ ସମାଲୋଚନା କରିବା ବଦଳରେ ପ୍ରଶଂସକ ଏବଂ ବୋର୍ଡ ସମର୍ଥନ କରିବାର ଆବଶ୍ୟକତା ରହିଛି ବୋଲି ଦ୍ରାବିଡ଼ ଆହ୍ୱାନ ଦେଇଛନ୍ତି।