ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ ଏବଂ ମିତବ୍ୟୟିତା ଆହ୍ୱାନକୁ ସମ୍ମାନ ଜଣାଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କର ଆଗାମୀ ମହାରାଷ୍ଟ୍ର ଗସ୍ତ ସମୟରେ ଭିଆଇପି ସୁରକ୍ଷା ଛାଡ଼ି ସାଧାରଣ ବସରେ ଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି।

ଗସ୍ତର ସୂଚୀ ଏବଂ ବସ ଯାତ୍ରା

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତା ମେ ୧୪ ଏବଂ ୧୫ ତାରିଖରେ ମହାରାଷ୍ଟ୍ର ଗସ୍ତରେ ରହିବେ। ଏହି ସମୟରେ ସେ ସନ୍ଥ ଜ୍ଞାନେଶ୍ୱର ମହାରାଜ ଏବଂ ସନ୍ଥ ତୁକାରାମ ମହାରାଜ ପାଲଖି ମାର୍ଗ ପ୍ରକଳ୍ପର ସମୀକ୍ଷା କରିବେ। ସେ ନିଜର ବ୍ୟକ୍ତିଗତ ବୁଲେଟ ପ୍ରୁଫ୍ କିମ୍ବା ସରକାରୀ ଏସୟୁଭି ବଦଳରେ ଏକ ବସରେ ଯାତ୍ରା କରିବେ। ଏହି ବସରେ ତାଙ୍କ ସହିତ ସମ୍ପୃକ୍ତ ବିଭାଗର ଅଧିକାରୀ, ସୁରକ୍ଷା କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଯାତ୍ରା କରିବେ।

Also Read: PM Modi's Appeal: ମୋଦୀଙ୍କ ଅପିଲ୍ ପରେ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ

କାରକେଡରେ ୫୦% ଗାଡ଼ି ହ୍ରାସ

ଗଡ଼କରୀ କେବଳ ବସରେ ଯାତ୍ରା କରିବେ ନାହିଁ, ବରଂ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହେଉଥିବା ଗାଡ଼ି ସଂଖ୍ୟାକୁ ୫୦ ପ୍ରତିଶତ କମାଇବାକୁ ପୁଣେ, ସାତାରା ଏବଂ ସୋଲାପୁର ଜିଲ୍ଲା ପ୍ରଶାସନ ତଥା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତଃ ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାରକେଡରେ ଅନେକ ଗାଡ଼ି ରହିଥାଏ, ଯାହାକୁ ଏବେ ଅଧା କରିଦିଆଯାଇଛି।

ନିଷ୍ପତ୍ତି ପଛର ମୁଖ୍ୟ ଉଦ୍ଦେଶ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତିର ତିନୋଟି ମୁଖ୍ୟ କାରଣ ରହିଛି:

-ରାଷ୍ଟ୍ରୀୟ ଶକ୍ତି ସୁରକ୍ଷା: ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର କମାଇ ଦେଶର ବିଦେଶୀ ମୁଦ୍ରା ସଞ୍ଚୟ କରିବା ।

-ଟ୍ରାଫିକ ବ୍ୟବସ୍ଥା: ବଡ଼ ଭିଆଇପି କାରକେଡ ଯୋଗୁଁ ରାସ୍ତାରେ ସାଧାରଣ ଯାତ୍ରୀମାନେ ଯେଉଁ ଟ୍ରାଫିକ ଜାମର ସମ୍ମୁଖୀନ ହୁଅନ୍ତି, ତାହାକୁ ରୋକିହେବ।

-ପରିବେଶ ସୁରକ୍ଷା: କମ୍ ଗାଡ଼ି ଚାଲିଲେ ପ୍ରଦୂଷଣ ମଧ୍ୟ କମ୍ ହେବ ।

ପ୍ରଧାନମନ୍ତ୍ରୀଙ୍କ ଅପିଲର ପ୍ରଭାବ

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଇନ୍ଧନ ବଞ୍ଚାଇବା, ଅନାବଶ୍ୟକ ବିଦେଶ ଯାତ୍ରା ନକରିବା ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ଗଡ଼କରୀଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ନିଜ ନିଜ କାରକେଡରେ ଗାଡ଼ି ସଂଖ୍ୟା କମାଇବାକୁ ଘୋଷଣା କରିସାରିଛନ୍ତି।

ନିତୀନ ଗଡ଼କରୀଙ୍କ ବାର୍ତ୍ତା
‘ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆମ ଦେଶର ଉନ୍ନତ୍ତି ପାଇଁ ଉଦ୍ଦିଷ୍ଟ। ଆମକୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଆପଣାଇବାକୁ ହେବ। ମୁଁ ନିଜେ ବସରେ ଯାଇ ଏହି ଅଭିଯାନର ଶୁଭାରମ୍ଭ କରୁଛି।’