ଚଣ୍ଡିଗଡ଼: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ଇସ୍ତାହାର କମିଟିରେ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଓ ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ସାମିଲ କରାଯାଇଛି। ଏହି ଦୁଇ ନେତା ଗତ ଏପ୍ରିଲ ମାସରେ ଆମ ଆଦମୀ ପାର୍ଟିରୁ ଯାଇ ବିଜେପିରେ ଯୋଗ ଦେଇଥିଲେ। ଆସନ୍ତା ନିର୍ବାଚନରେ ବିଜେପି ଉଭୟଙ୍କୁ କିଛି ବଡ଼ ପଦବୀ ଦେଇପାରେ ବୋଲି କୁହାଯାଉଛି।

ରବିବାର ପଞ୍ଜାବ ବିଜେପି ସଭାପତି କିୱାଲ ସିଂହ ଢିଲୋନ ଦୁଇଟି ନିର୍ବଚାନ କମିଟି ଗଠନ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ଅଭିନାଶ ରାୟ ଖାନ୍ନାଙ୍କୁ ନିର୍ଚାଚନୀ ଇସ୍ତାହାର କମିଟିରେ ମୁଖ୍ୟ ନିଯୁକ୍ତ କରିଥିବା ବେଳେ ପୂର୍ବତନ ସାଂସଦ ସୁନୀଲ ଜାଖରଙ୍କୁ ଚାର୍ଜସିଟ୍ କମିଟିର ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ନେତା ପୂର୍ବରୁ ପଞ୍ଜାବ ବିଜେପି ସଭାପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ତେଣୁ ରାଜ୍ୟ ନିର୍ବାଚନରେ ଏମାନଙ୍କର ଅଭିଜ୍ଞତା ରହିଛି।

ବିଜେପିର ନିର୍ବାଚନ ଇସ୍ତାହାର ପ୍ୟାନେଲରେ ମୋଟ ୧୩ ଜଣ ସଦସ୍ୟ ରହିବେ। ଏମାନେ ନିର୍ବାଚନ ପ୍ରତିଶ୍ରୁତି ପ୍ରସ୍ତୁତି ଉପରେ କାମ କରିବେ। ଚଢା ଏବଂ ହରଭଜନଙ୍କ ସହିତ ମାନପ୍ରୀତ ସିଂ ବାଦଲ, ଅଶ୍ୱାନୀ ଶର୍ମା, ମନୋରଂଜନ କାଳିଆ, ସୋମ ପାର୍କଶ, ରାଣା ଗୁରୁମିତ ସିଂ ସୋଡି, ଅଶ୍ୱାନୀ ସେଖ୍ରି, ସତ୍ୟନମ ସିଂ ସାନ୍ଧୁ, ରଜନୀର୍ ଗୁପ୍ତା, ପରମ୍ପଲ କୌର ଏବଂ ଆଡଭୋକେଟ ଏଚ.ଏସ ଫୁଲକା ଏହାର ସଦସ୍ୟ ରହିଛନ୍ତି।

ସେହିପରି ଚାର୍ଜଶିଟ୍ କମିଟିରେ ମୋଟ ୧୪ ସଦସ୍ୟ ରହିବେ। ଏଥିରେ ବର୍ତ୍ତମାନର ଶାସକ ଆପ ବିରୁଦ୍ଧରେ ବିଜେପିର ଆଗାମୀ ଚାଲ ପ୍ରସ୍ତୁତ କରିବେ। ଏହାର ସଦସ୍ୟମାନେ ହେଲେ ଇକବାଲ ସିଂ ଲାଲପୁରା, ବିଜୟ ସାମ୍ପଲା, ଶ୍ୱେତା ମଲିକ, ପ୍ରୀତି କୌର, ରାବଣୀତ ସିଂ ବିଟୁ, ଦୀନେଶ ବାବୁ, ସୁଶୀଲ ରିଙ୍କୁ, ଗେଜା ରାମ, ବିକ୍ରମଜିତ୍ ସିଂ ସାହନି, ଅଶୋକ ମିତ୍ତଲ, ସନ୍ଦୀପ ପଠକ, ଏସ୍ ଚାନି ଏବଂ ଜଗମିତ ସିଂ ବ୍ରାର୍। ଆଗାମୀ ଦିନମାନଙ୍କର ଦଳ ଆହୁର କମିଟି ଗଠନ କରିବ ବୋଲି ଦଳର ସଭାପତି ଡିଲୋନ କହିଛନ୍ତି।