ଅନୁଗୋଳ ୧୬।୦୯ : ଅନୁଗୋଳରେ ସେକ୍ସ ରାକେଟ ଠାବ। ୨ ବାହାର ରାଜ୍ୟର ଯୁବତୀଙ୍କ ସହ ୨ଜଣ ଗ୍ରାହକଙ୍କୁ ଧରିଛି ପୋଲିସ। ସମସ୍ତଙ୍କୁ ନେଇ ଜେରା କରୁଛି ପୋଲିସ । କେତେ ଦିନ ଧରି ଚାଲିଥିଲା ? ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପଚରାଉଚରା କରୁଛି ପୋଲିସ ।

ଖବର ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ଅମଲାପଡ଼ାରେ ଥିବା ଏକ ଚଢାଉ କରିଥିଲା ଅନୁଗୋଳ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । ଏହି ଚଢାଉରେ ପୋଲିସ ରାଜ୍ୟ ବାହାରର ୨ ଜଣ ଯୁବତୀଙ୍କ ଠାବ କରିଥିବା ବେଳେ ୨ ଜଣ ଗ୍ରାହକଙ୍କୁ ବି ଧରିଛି ପୋଲିସ । ସମସ୍ତଙ୍କୁ ଟାଉନ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ।

Also Read:-ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ, ଆରମ୍ଭ ହେଉଛି ମେଗା ସମରାଭ୍ୟାସ ସାଗର କବଚ

ସେହିପରି ଘର ମାଲିକଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି । କେତେ ଦିନ ଧରି ଏହି ରାକେଟ ଚାଲିଥିଲା । ଏଥିରେ କିଏ କିଏ ସାମିଲ ଥିଲେ । ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।