ପାରାଦୀପ ୧୬।୦୯ : ପାରାଦୀପରେ ଆରମ୍ଭ ହୋଇଛି ସାଗର କବଚ । ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହୁଏ ମିଳିତ ସମରାଭ୍ୟାସ ସାଗର କବଚ।

ତେବେ ଏଥର ମିଳିତ ସମରାଭ୍ୟାସରେ ଯୁଦ୍ଧ କଳାକୌଶଳ ପ୍ରଦର୍ଶନ କରିବେ ୧୮ରୁ ଅଧିକ ବିଭାଗ। ଗଭୀର ସମୁଦ୍ରରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ ଓ ମେରାଇନ ପୋଲିସ ସହିତ ଅନ୍ୟ ବିଭାଗ ଗୁଡିକ ସାମିଲ ହୋଇଛନ୍ତି। ସ୍ଥଳଭାଗରେ ମଧ୍ୟ ବିଭିନ୍ନ ବିଭାଗ ସଜାଗ ରହିଛନ୍ତି। କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ , ଓଡିଶା ପୋଲିସ , ବନ ବିଭାଗ, ପାରାଦ୍ଵୀପ ବନ୍ଦର, ଗୁଇନ୍ଦା ବିଭାଗ, ଓଡ୍ରାଫ, NDRF କୁ ଦୁଇ ଭାଗ ରେ ବିଭକ୍ତ କରାଯାଇଛି।

Also Read:-ନିଜ ଦୁଃଖ ବଖାଣିଲେ ସଞ୍ଜୁ ସାମସନ : ଭିଜିଗଲା ଆଖି, କହିଲେ - 'ବେଳେବେଳେ ଓ୍ୱାଇଫାଇ ଅନ୍ ହୋଇଗଲେ...'

ତେବେ ରେଡ୍ ଟିମ ଆତଙ୍କବାଦୀଙ୍କ ବେଶରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣ କୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ।