ପୁରୀ ୧୮।୧୦ : ଆକ୍ସନରେ ପୁରୀ ପୋଲିସ । ପୁରୀ ସହରରେ ଥିବା ବିଭିନ୍ନ ଟୁର ଆଣ୍ଡ ଟ୍ରାଭେଲ୍ ଏଜେନ୍ସି ଉପରେ ପୋଲିସର ଘନ ଘନ ଚଢାଉ । ଏହି ଚଢାଉରେ ବିଭିନ୍ନ କାଗଜପତ୍ର ଜବତ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ବିନା ପଞ୍ଜିକରଣରେ କେତେକ ଟ୍ରାଭେଲ ଏଜେନ୍ସି ପୁରୀରେ ଖୋଲାଯାଇଥିଲା । ଲୋକଙ୍କୁ ଚଢା ଦାମ୍ରେ ଶୋଷୁ ଥିଲେ ଏଜେନ୍ସି । ବେଶ୍ କିଛି ଦିନ ଧରି ଚାଲିଥିଲା ଏହି ମହାଲୁଟ୍ । ଏ ସଂପର୍କରେ ଖବର ପାଇଥିଲା ପୁରୀ ପୋଲିସ । ଯାହାପରେ ତୁରନ୍ତ ଆକ୍ସନମୋଡ଼କୁ ଆସିଛି । ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ଏଜେନ୍ସିରେ ଏକାଥରକେ ଚଢାଉ କରିଛି । ବିନା ପଞ୍ଜିକରଣରେ ଚାଲିଥିବା ଟୁର ଆଣ୍ଡ ଟ୍ରାଭେଲ ଏଜେନ୍ସି ଉପରେ ଚଢାଉ କରିଛି ପୋଲିସ ।

Also Read:-ଦୁର୍ଗାପୂଜା ପେଣ୍ଡାଲ ଟ୍ରାଜେଡି : ୧୨ ଜଣଙ୍କୁ ଥାନାକୁ ନେଲା ପୋଲିସ, ଚାଲିଛି ପଚରାଉଚୁରା

ତେବେ ବର୍ତ୍ତମାନ ଯାଏଁ କେତେ ସଂଖ୍ୟକ ଏଜେନ୍ସି ଏବଂ କେତେ ପରିମାଣର କାଗଜପତ୍ର ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ପୋଲିସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।