ପୁଣେ: ମହାରାଷ୍ଟ୍ର ପୁଣେର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପୁଲିସ ହାତରେ ଲାଗିଛି ଅନେକ ବିସ୍ଫୋରକ ପ୍ରମାଣ। ନିଜର ଭାବି ସ୍ଵାମୀ କେତନ ଅଗ୍ରୱାଲଙ୍କୁ ଲୋହଗଡ଼ ଦୁର୍ଗର ଗଭୀର ଖାଇକୁ ଠେଲି ହତ୍ୟା କରିବା ଅଭିଯୋଗରେ ସିଆ ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ବର୍ତ୍ତମାନ ଜେଲରେ। ଉଭୟଙ୍କ ବିରୋଧରେ ପୁଣେ ଗ୍ରାମୀଣ ପୋଲିସ ପ୍ରାୟ ୫,୦୫୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ ସିଆଙ୍କ ଫୋନ୍ରୁ ମିଳିଥିବା ସର୍ଚ୍ଚ ହିଷ୍ଟ୍ରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଛତୁରେ ବିଷ ଦେଇ ହତ୍ୟା ଯୋଜନା

ଚାର୍ଜସିଟ୍ ଅନୁଯାୟୀ, କେତନଙ୍କୁ ଖାଇକୁ ଠେଲି ଦେବା ପୂର୍ବରୁ ସିଆ ଅନେକ ଦିନ ଧରି ତାଙ୍କୁ ହତ୍ୟା କରିବାର ବିଭିନ୍ନ ଉପାୟ ଖୋଜୁଥିଲେ। ସେ ଗୁଗୁଲ୍ରେ ବିଷାକ୍ତ ଛୁ ବ୍ୟବହାର କରି କିପରି ହତ୍ୟା କରାଯାଇପାରିବ ଏବଂ ଖାଦ୍ୟରେ ବିଷ ମିଶାଇ କିପରି କାମ ଶେଷ କରାଯାଇପାରିବ, ସେ ନେଇ ବହୁତ ସର୍ଚ୍ଚ କରିଥିଲେ। କେବଳ ଏତିକି ନୁହେଁ ତଦନ୍ତ ଅଧିକାରୀଙ୍କୁ କେତନଙ୍କ ଖାଇବାରେ ମିଷ ମିଶା ଯିବାର ଆଉ ଏକ ଉଦ୍ୟମ ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି। ଏହା ସହ କିପରି ଅନ୍ୟକୁ ନିଜ ଜାଲରେ ଫସା ଯାଇ ପାରିବ ଏବଂ ହତ୍ୟା କରିବାର ସବୁଠାରୁ ସୁରକ୍ଷିତ ଉପାୟ କ’ଣ" ସେ ସମ୍ପର୍କରେ ମଧ୍ୟ ସର୍ଚ୍ଚ କରିଥିଲେ।

Also Read: ଜମୁଇ କାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର, ଆଉ ୩ ଏବେବି ଫେରାର୍

ପୁରୁଣା ହତ୍ୟାକାଣ୍ଡରୁ ନେଇଥିଲେ ପ୍ରେରଣା

ଅଭିଯୁକ୍ତ ସିଆ ଓ ଚେତନ ପୂର୍ବରୁ ଘଟିଥିବା କେତେକ ହତ୍ୟାକାଣ୍ଡ, ଯେପରିକି ମେଘାଳୟ ହନିମୁନ୍ ହତ୍ୟାକାଣ୍ଡ (ରାଜା ରଘୁବଂଶୀ ମାମଲା) ଏବଂ ଲୋନାଭାଲା ଅଞ୍ଚଳରେ ପାହାଡ଼ରୁ ଖସି ମୃତ୍ୟୁବରଣ କରିଥିବା ଘଟଣାଗୁଡ଼ିକ ଉପରେ ବିସ୍ତୃତ ଅଧ୍ୟୟନ କରିଥିଲେ। ସେମାନେ ନିଜ ନିଜ ମଧ୍ୟରେ ୱାଟ୍ସଆପ୍, ଇନଷ୍ଟାଗ୍ରାମ ଓ ସ୍ନାପଚାଟ୍ରେ ଏହିସବୁ ତଥ୍ୟ ଶେୟାର କରିଥିଲେ। ସୋନମ ରଘୁବଂଶୀଙ୍କୁ ପୋଲିସ କଣ କଣ ପ୍ରଶ୍ନ ପଚାରିଲା, ତାହା ମଧ୍ୟ ସର୍ଚ୍ଚ କରିଥିଲେ।ଘଟଣା ପୂର୍ବରୁ ଦୁହେଁ ଦୁର୍ଗରେ ବସି ଏସବୁ ବିଷୟରେ ଆଲୋଚନା କରିଥିଲେ।

ହତ୍ୟା ପରେ ଚାଟ୍ ଜିପିଟିରୁ ପୋଲିସରୁ ବଞ୍ଚିବାର ଉପାୟ

ହତ୍ୟାକାଣ୍ଡ ଘଟାଇବା ପରେ ସିଆଙ୍କ ଆଚରଣକୁ ନେଇ କେତନଙ୍କ ପରିବାରର ସନ୍ଦେହ ହୋଇଥିଲା। ଏହା ପରେ ସିଆ ChatGPT ଏବଂ ଗୁଗୁଲ୍ରେ ସର୍ଚ୍ଚ କରିଥିଲେ। କିପରି ନିଜକୁ ଅଧିକ ଦୁଃଖ ଏବଂ ଶୋକରେ ଥିବା ଦେଖାଇ ହେବ ଏବଂ କାନ୍ଦିବାର ନାଟକ କରାଯାଇପାରିବ ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଯଦି ପୋଲିସ ଗିରଫ କରେ, ତେବେ ପୋଲିସ ଆଗରେ କିପରି ବ୍ୟବହାର କରିବାକୁ ହେବ ଏବଂ ଜେରା ସମୟରେ କିପରି ଶାନ୍ତ ରହିବାକୁ ପଡ଼ିବ। ସେ ସବୁର ତରିକା ସେ ଚାଟ୍ ଜିପିଟିରେ ସର୍ଚ୍ଚ କରିଥିଲେ।

Also Read: ସ୍କୁଲରେ ପଶି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଟାଣି ଟାଣି ନେଲା, ଶିକ୍ଷୟିତ୍ରୀଙ୍କୁ ଗୁଳି କରି ପ୍ରେମିକର ଆତ୍ମହତ୍ୟା