Pulwama attack mastermind killed: ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅନ୍ୟ ଏକ ମାଷ୍ଟର ମାଇଣ୍ଡ ହମଜା ବୁରହାନର ହତ୍ୟା। ପାକିସ୍ତାନରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହମ୍ଜାର ମୃତ୍ୟୁ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର ମୁଜାଫରାବାଦରେ ଆତଙ୍କବାଦୀ ହମଜାକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ, ଅଜଣା ବନ୍ଧୁକଧାରୀ ହମଦାକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲା। ଘଟଣା ସ୍ତଳରେ ହଁ ତା'ର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। 

ରିପୋର୍ଟ ଅନୁସାରେ, ହମଜା ବୁରହାନ ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ପିଓକେରେ ସକ୍ରିୟ ଥିଲା। ତାକୁ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜଣେ ମାଷ୍ଟରମାଇଣ୍ଡ ବୋଲି ଭାରତ କହିଥିଲା। ମାମଲାରେ ତଦନ୍ତ କରିବା ପରେ ଭାରତ ସରକାର ୨୦୨୨ ମସିହାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ହମଜା ବୁରହାନକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସୂଚନା ଥାଉକି ୧୦୧୯ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତର ୪୦ ଜଣ ସୈନିକ ସହିଦ ହୋଇଥିଲେ। ଯାହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ି ଯାଇଥିଲା। 

ଭାରତରୁ ପାକିସ୍ତାନ ଯାଇ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା ହମଜା

ସରକାରଙ୍କ ସୂଚନା ଅନୁଯାୟୀ, ପୁଲୱାମାର ରତ୍ନିପୋରା ଅଞ୍ଚଳର ବାସିନ୍ଦା ଅର୍ଜୁମନ୍ଦ ଗୁଲଜାର ଦାର, ଓରଫ ହମଜା ବୁରହାନ, ଓରଫ ଡାକ୍ତର ପୁଲୱାମାଆ ଆକ୍ରମଣରେ ସାମିଲ୍ ଥିଲା।। ୨୩ ବର୍ଷୀୟ ଏହି ଅପରାଧି ଆତଙ୍କବାଦୀ ସଂଗଠନ ଅଲ-ବଦର ସହିତ ଜଡିତ ଥିଲା।

Also Read- ଅମିତ ଶାହଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲା: ଅଭିଷେକ ବାନାର୍ଜୀଙ୍କୁ କଲିକତା ହାଇକୋର୍ଟଙ୍କ ସୁରକ୍ଷା, ଗିରଫ କରିପାରିବନି ପୁଲିସ

ସରକାରୀ ତଥ୍ୟ କହୁଛି ଯେ ବୁରହାନ ଆଇନଗତ ଭାବରେ ପାକିସ୍ତାନ ଯାଇଥିଲା। ସେଠାରେ ସେ ଅଲ୍ ବଦରରେ ଯୋଗ ଦେଇଥିଲା। ଏବଂ ପରେ ସକ୍ରିୟ ଆତଙ୍କବାଦରେ ସାମିଲ ହୋଇଛି ସଂଗଠନର କମାଣ୍ଡର ହୋଇଥିଲା। ପାକିସ୍ତାନରେ ଟ୍ରେନିଂ ପାଇ ଫେରିବା ପରେ ସେ କାଶ୍ମୀରକୁ ଫେରି ଆସି ଯୁବକମାନଙ୍କୁ ମୌଳବାଦୀ କରିବା ଏବଂ ସଂଗଠନରେ ସାମିଲ କରାଉଥିଲା। ଦକ୍ଷିଣ କାଶ୍ମୀରରେ, ବୁରହାନ ପୁଲୱାମାରୁ ଶୋପିଆନ ପର୍ଯ୍ୟନ୍ତ ତାର ନେଟୱାର୍କ ବିସ୍ତାର କରିଥିଲା। ସେ ବର୍ତ୍ତମାନ ପାକିସ୍ତାନରୁ କାର୍ଯ୍ୟ ପରିଚାଳନା କରୁଥିଲା। ହମଜା ଯୁବକମାନଙ୍କୁ ଅଲ୍ ବଦରରେ ଯୋଗଦେବା ପାଇଁ ପ୍ରୋତ୍ସାହିତ କରିବା ଏବଂ ସଂଗଠନର ଆତଙ୍କବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଇବା ଆଦି କାମ କରୁଥିଲା ବୋଲି ଅଭିଯୋଗ ରହିଛି।

ପୁଲୱାମା ଘଟଣା-

ପୁଲୱାମା ଘଟଣା ଭାରତରେ ସୁରକ୍ଷା କର୍ମୀଙ୍କ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ଜୈଶ-ଏ-ମହମ୍ମଦ (JeM)ର ଆତଙ୍କବାଦୀମାନେ ଏହି ଆକ୍ରମଣ ଭିଆଇଥିଲେ। ୧୪ ଫେବୃଆରୀ ୨୦୧୯ରେ, ଜେଇଏମ୍ ଆତଙ୍କବାଦୀ ଲେଥପୋରାରେ ଏକ ବିସ୍ଫୋରକ ଭର୍ତ୍ତି କାର ନେଇ CRPFର ଏକ କନଭୟକୁ ଧକ୍କା ଦେଇଥିଲା।ଘଟଣାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ଜବାବରେ କିଛି ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା।