ପୁରୀ ୨୦।୮: ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସମ୍ମୁଖରେ ଧାରଣା । ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସହଜ ଦର୍ଶନ ବ୍ୟବସ୍ଥା ଦାବିରେ ଧାରଣା ଦିଆଯାଇଛି । ପଶ୍ଚିମ ଦ୍ବାର ସମ୍ମୁଖରେ ପୁରୀବାସୀ ଧାରଣାରେ ବସିଥିବା ବେଳେ ତୁରନ୍ତ ପ୍ରଶାସନ ସେମାନଙ୍କ ଦାବି ପୂରଣ ପାଇଁ ଦାବି ଜୋର୍ ଧରିଛି । ଦୀର୍ଘ ୧୪୨ ଦିନ ଧରି ପୁରୀବାସୀ ଏହି ଦାବି କରି ଆସୁଛନ୍ତି । କିନ୍ତୁ ପ୍ରଶାସନ ସେମାନଙ୍କର ଦୁଃଖ ଶୁଣୁ ନଥିବାରୁ ବାଧ୍ୟ ହୋଇ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ପୁରୀବାସୀ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସୁଛନ୍ତି । ଏହାରି ଭିତରେ ଭିଆଇପି ଓ ଭିଭିଆଇପିଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ସେବାୟତ ମାନେ ନିଜ ଯାତ୍ରୀମାନଙ୍କୁ ଶ୍ରୀମନ୍ଦିରକୁ ନେବା ପାଇଁ ପଶ୍ଚିମ ଦ୍ବାରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀବାସୀଙ୍କ ପାଇଁ କାହିଁକି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ନାହିଁ ବୋଲି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀବାସୀ ।

​​​​​​​

Also Read:- ଅଗଷ୍ଟ ୨୭ ନା’ ୨୮ ? କେବେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ ସଠିକ୍ ତାରିଖ

ଯେପର୍ଯ୍ୟନ୍ତ ପ୍ରଶାସନ ପୁରୀବାସୀଙ୍କ ଦାବି ପୂରଣ କରିନାହିଁ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପୁରୀବାସୀ ଚେତାବନୀ ଦେଇଛନ୍ତି ।

Watch Video: