ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଜୋନସ ହେଲେ ବେଣ୍ଟଲିର ନୂଆ ଗ୍ଲୋବାଲ୍ ବ୍ରାଣ୍ଡ ଆମ୍ବାସଡର। କମ୍ପାନି ତାଙ୍କ ସହ ଏକ ନୂଆ କ୍ୟାମ୍ପେନର ଝଲକ ମଧ୍ୟ ସେୟାର କରିଛି। ଯେଉଁଥିରେ ତାଙ୍କୁ ବେଣ୍ଟଲେ କଣ୍ଟନେଣ୍ଟାଲ ଜିଟି ସହ ଦେଖିବାକୁ ମିଳିଛି। ଏହି କ୍ୟାମ୍ପେନ ସହ ସେ ପୂର୍ବରୁ ଯୋଡ଼ି ହୋଇଥିବା ଗ୍ଲୋବାଲ ଆମ୍ବାସଡର ତାଲିକାରେ ସାମିଲ ହୋଇଛନ୍ତି। ଯେଉଁଥରେ ଗ୍ରେଗ ଓ୍ବିଲିୟମ୍ସ ଏବଂ ମାଇ ଇକୁଜାବାଙ୍କ ଭଳି ନାଁ ସାମିଲ ରହିଛି।

ବେଣ୍ଟଲରେ ନୂଆ ଆମ୍ବାସଡର

ନିଜ ୨୫ ବର୍ଷ କ୍ୟାରିୟରରେ ପ୍ରିୟଙ୍କା ଚୋପ୍ରା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ପ୍ରଯୋଜନା, ବ୍ୟବସାୟ ଏବଂ ସାମାଜିକ କାର୍ଯ୍ୟରେ ଦୃଢ଼ ଉପସ୍ଥିତି ସ୍ଥାପନ କରିଛନ୍ତି। ଖାଲି ସେତିକି ନୁହେଁ, ସେ ନ୍ୟୁୟର୍କ ଟାଇମ୍ସର ଜଣେ ବେଷ୍ଟସେଲିଂ ଲେଖିକା ଏବଂ ଅନେକ ଷ୍ଟାର୍ଟଅପ୍ ଏବଂ ନିବେଶ ପ୍ରକଳ୍ପରେ ଜଡ଼ିତ। ସେ ଶିଶୁ ଶିକ୍ଷା ଏବଂ ଅଧିକାରକୁ ପ୍ରୋତ୍ସାହିତ କରିବା ପାଇଁ ୟୁନିସେଫ୍ ସହିତ ମଧ୍ୟ କାମ କରିଛନ୍ତି।

Also Read: ରିଲିଜ୍ ପୂର୍ବରୁ ଅନଲାଇନ୍ରେ ଲିକ୍ ହେଲା ଥଲପତି ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟକ', ବଢିଲା ଚିନ୍ତା

କ’ଣ କହିଲେ ପ୍ରିୟଙ୍କା ଚୋପ୍ରା ?

ଏହି ସହଭାଗିତା ବିଷୟରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି, ବେଣ୍ଟଲିର ସ୍ବତନ୍ତ୍ରତା ହେଉଛି ଏହାର କାରିଗରୀ ଏବଂ ଡିଟେଲିଂ। କମ୍ପାନିର ପ୍ରତ୍ୟେକ ଡିଜାଇନ୍ ଏବଂ ଫିଚରରେ ଉତ୍କୃଷ୍ଟ ଚିନ୍ତାଧାରା ଏବଂ ପରିଶ୍ରମର ପ୍ରତିଫଳନ। ପ୍ରିୟଙ୍କା ଆହୁରି କହିଛନ୍ତି, ଜଣେ କଳାକାର ଭାବରେ ସେ ସର୍ବଦା ସୃଜନଶୀଳତା ଏବଂ ପ୍ରକ୍ରିୟାକୁ ଗୁରୁତ୍ବ ଦିଅନ୍ତି। ତେଣୁ ଏହି କ୍ୟାମ୍ପେନ ସ୍ୱାଭାବିକ ଏବଂ ସହଜ ଅନୁଭବ ହୋଇଥିଲା।

ବେଣ୍ଟଲିର ମାର୍କେଟିଂ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ବେଣ୍ଟଲିର ମାର୍କେଟିଂ ନିର୍ଦ୍ଦେଶକ ବେନ୍ ହ୍ୱାଟହାମ୍ ମଧ୍ୟ ଏହି ପାର୍ଟନରସିପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପ୍ରିୟଙ୍କାଙ୍କ ପ୍ରାମାଣିକ ଦୃଷ୍ଟିକୋଣ ବ୍ରାଣ୍ଡର ଚିନ୍ତାଧାରା ସହ ସମ୍ପୂର୍ଣ୍ଣ ମେଳ ଖାଉଛି। ତାଙ୍କ ଅନୁସାରେ, ଏହି ଅଭିଯାନ ତାଙ୍କର ପ୍ରକୃତ ବ୍ୟକ୍ତିତ୍ୱକୁ ପ୍ରଦର୍ଶନ କରିବା ଏବଂ ପାରମ୍ପରିକ ବିଜ୍ଞାପନ ଅପେକ୍ଷା ଅଧିକ ପ୍ରାକୃତିକ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି।

Also Read: ଧୁରନ୍ଧର ପରେ ଚମକିଲା ସାରା ଅର୍ଜୁନଙ୍କ ଭାଗ୍ୟ, ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ସାଜିବେ ମଧୁବାଲା

ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି କାର

କମ୍ପାନୀ ବେଣ୍ଟଲି କଣ୍ଟିନେଣ୍ଟାଲ GTକୁ ଏକ ଅଲ୍ଟ୍ରା-ଲଗଜୁରୀ ଗ୍ରାଣ୍ଡ ଟୁରର୍ ଭାବରେ ଲୋକପ୍ରିୟ। ବର୍ତ୍ତମାନ ଏହାର ଚତୁର୍ଥ ପିଢ଼ିରେ ଏହି କାରଟି ଏକ ଅଧିକ ଆଧୁନିକ ଏବଂ ଆକର୍ଷଣୀୟ ଡିଜାଇନ୍ ସହ ରହିଛି। ଏହା ହାଇବ୍ରିଡ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରେ। ଯେଉଁଥିରେ ପେଟ୍ରୋଲ ଇଞ୍ଜିନ୍ ଏବଂ ଇଲେକ୍ଟ୍ରିକ ମୋଟର ରହିଛି।

ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି ଇଞ୍ଜିନ

ଏହାର ଟପ୍ ଭାରିଆଣ୍ଟରେ ରହିଛି ଶକ୍ତିଶାଳୀ ଇଞ୍ଜିନ୍ । ଯାହା ସ୍ପିଡ ଏବଂ ସ୍ମୁଥ୍ ଡ୍ରାଇଭିଂ ଏକ୍ସପିରିଏନ୍ସ ଦେଇଥାଏ। କାର ମାତ୍ର କିଛି ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପହଞ୍ଚିପାରିବ। ଉନ୍ନତ ସସପେନସନ୍ ଏବଂ କଣ୍ଟ୍ରୋଲ ସିଷ୍ଟମ ଏହାକୁ ଦୀର୍ଘ ଦୂରତା ଯାତ୍ରା ପାଇଁ ଆହୁରି ଆରାମଦାୟକ କରିଥାଏ।