ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନେଦରଲ୍ୟାଣ୍ଡର ହେଗ ସହରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି। ପିଏମ ମୋଦୀ କହିଛନ୍ତି, ଆଜି ଏଠାରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ସେଥିରୁ ଲାଗୁଛି ଯେପରି ଭାରତରେ ହିଁ କୌଣସି ଉତ୍ସବ ଚାଲିଛି। ଏହି ଅବସରରେ ସେ ଭାରତର ଚାରି ବଡ଼ ଲକ୍ଷ୍ୟ ଉପରେ କହିଛନ୍ତି ।

ଏହା ପୂର୍ବରୁ ଲୋକଙ୍କ ଜୋରଦାର ତାଳି ଏବଂ ନାରା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଗରେ ଆୟୋଜିତ କାର୍ଯ୍ୟକ୍ରମ ମଧ୍ୟରେ ପହଞ୍ଚିଥିଲେ। ସେ କହିଛନ୍ତି ଅନେକ ସମସ୍ୟା ଶେଷ ହୋଇଛି।କିନ୍ତୁ ଭାରତର ବିବିଧ ସଂସ୍କୃତି ଆଜିବି ଲୋକଙ୍କ ହୃଦୟରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି  ଆଜିଠାରୁ ୧୨ ବର୍ଷ ତଳେ ୨୦୧୪ ମେ ୧୬ରେ କିଛି ଖାସ ଘଟିଥିଲା। ୨୦୧୪ର ଆଜିର ଦିନରେ ଲୋକସଭା ନିର୍ବାଚନ ଫଳାଫଳ ଆସିଥିଲା। ଆଉ ଭାରତରେ ଦୀର୍ଘ ସମୟ ପରେ ସ୍ଥିର ଏବଂ ପୂର୍ଣ୍ଣ ବହୁମତ ଥିବା ସରକାର ଆସିଥିଲା। ସେଦିନ ଆଉ ଆଜିର ଦିନ ଭିତରେ , ଭାରତବାସୀଙ୍କ ବିଶ୍ବାସ ମତେ ଅଟକିବାକୁ ଦେଇନାହିଁ କି ଥକିବାକୁ ଦେଇନାହିଁ।

Also Read: ଭାରତ ଓ ୟୁଏଇ ସମ୍ପର୍କରେ ନୂଆ ଅଧ୍ୟାୟ: ୫ ବିଲିୟନ ଡଲାରର ପୁଞ୍ଜି ନିବେଶ ସହ ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ବଡ଼ ଚୁକ୍ତି

ୟୁପିଆଇ ଟ୍ରାଞ୍ଜାକ୍ସନକୁ ନେଇ କଲେ ଚର୍ଚ୍ଚା

ଏହି ଅବସରରେ ପିଏମ ମୋଦୀ କହିଛନ୍ତି, ଆଜି ଭାରତରେ ପ୍ରତି ମାସରେ ୨୦ ବିଲିୟନରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ହେଉଛି। ଅର୍ଥାତ ପୂରା ଦୁନିଆରେ ହେଉଥିବା ଡିଜିଟାଲ ଟ୍ରାଞ୍ଜାକ୍ସନରେ ଅଧାରୁ ଅଧିକ କେବଳ ଭାରତରେ ହିଁ ହେଉଛି। ସେ କହିଛନ୍ତି ୧୨ ବର୍ଷ ତଳେ ଦେଶରେ ୫୦୦ରୁ କମ୍ ଷ୍ଟାର୍ଟଅପ୍ ଥିଲା। ଆଜି ତାହାର ସଂଖ୍ୟା ବଢ଼ି ୨ ଲକ୍ଷରୁ ଅଧିକ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆପଣ ସମସ୍ତଙ୍କ ସହ ସାକ୍ଷାତାକାର ପରେ ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ଭେଟିବାର ଅବସର ମିଳିବ। ଏହା ସହ ରାଷ୍ଟ୍ରପତିଙ୍କ ସହ ମଧ୍ୟ ବିସ୍ତୃତ ଭାବରେ ଅନେକ ବିଷୟରେ ଚର୍ଚ୍ଚା ହେବ। ଯେତେବେଳେ ବି ନେଦରଲ୍ୟାଣ୍ଡସର ନେତାଙ୍କ ସହ କଥା ହୁଏ ଭାରତୀୟ ପ୍ରବାସୀ ସମୁଦାୟର ବହୁତ ପ୍ରଶଂସା କରିଥାନ୍ତି। ସେ କହିଛନ୍ତି ଆପଣ ନେଦରଲ୍ୟାଣ୍ଡସର ସମାଜ ଏବଂ ଏହାର ଅର୍ଥବ୍ୟବସ୍ଥାରେ ଯାହା ଯୋଗଦାନ ଦେଉଛନ୍ତି। ଏହା ଉପରେ ସବୁ ଭାରତବାସୀ ଗର୍ବିତ। ମୁଁ ଆଜି ଏହି ଅବସରରେ ନେଦରଲ୍ୟାଣ୍ଡସର ଜନତାଙ୍କ ଏଠିକାର ସରକାରର ଧନ୍ୟବାଦ।

Also Read: ବର୍ଷ ଶେଷରେ ପୁଣି ରୁଷ ଯିବେ ପ୍ରଧାନମନ୍ତ୍ରୀ ମୋଦୀ: ଲାଭରୋଭ୍ କହିଲେ- ଭାରତୀୟ ଅଂଶୀଦାରଙ୍କ ପାଇଁ ସବୁ ଖୋଲା

ଏସବୁ ଚାଲେଞ୍ଜ ଉପରେ ମଧ୍ୟ କଲେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପ୍ରଥମେ କୋଭିଡ ଆସିଥିଲା। ପରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଆଉ ଆଜି ଏନର୍ଜି କ୍ରାଇସିସ (ଶକ୍ତି ସଙ୍କଟ) ଦେଖିବାକୁ ମିଳୁଛି। ଏହି ଦଶନ୍ଧି ଦୁନିଆ ପାଇଁ ବିପଦର ଦଶନ୍ଧି । ଯଦି ଏହି ସ୍ଥିତି ଜଲଦି ପରିବର୍ତ୍ତନ ନଆସେ ତେବେ, ବିଗତ ଦଶନ୍ଧିରେ ମିଳିଥିବା ଉପଲବ୍ଧିର ମୂଲ୍ୟ ରହିବନି। ଦୁନିଆର ବହୁତ ବଡ଼ ଜନସଂଖ୍ୟା ପୁଣି ଗରିବୀ ଭିତରକୁ ଚାଲିଯିବ। ତେଣୁ ଏସବୁ ସମାଧାନ ପାଇଁ ଭାତର ଏବଂ ନେଦରଲ୍ୟାଣ୍ଡ୍ସ ଭରସାଯୋଗ୍ୟ, ପାରଦର୍ଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସପ୍ଲାଏ ଚେନ୍ ପାଇଁ ଲାଗିଛନ୍ତି।