ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ବାଦିକ ସମ୍ମିଳନୀ ଉପରେ ବିଜେପି କଡ଼ ଜବାବ ଦେଇଛି । ବିଜେପି ଏହାକୁ "ବେକାର" ବୋଲି କହିବା ସହ ଲୋକସଭାର ବିରୋଧୀ ଦଳ ନେତାଙ୍କ ଉପରେ ମିଥ୍ୟା ଦାବି କରୁଥିବାର ଅଭିଯୋଗ ଆଣିଛି । ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, "ରାହୁଲ ଗାନ୍ଧୀ ପୁଣି ଥରେ ଆପଣଙ୍କ ସାମ୍ନାରେ ଏକ ପିପିଟି ପ୍ରସ୍ତୁତ କରିଛନ୍ତି, ଯାହା ସାଧାରଣତଃ କୌଣସି ଅଜ୍ଞାତ, ଚର୍ଚ୍ଚିତ ଏବଂ ସନ୍ଦିଗ୍ଧ ଉତ୍ସରୁ ଆସିଥାଏ, ଯାହା ବିଷୟରେ କାହାରିକୁ ଜଣା ନଥାଏ । ତାଙ୍କ ବୁଦ୍ଧିମତ୍ତା ଓ ଯୋଗ୍ୟତାକୁ କେଉଁ ପର୍ଯ୍ୟନ୍ତ ଗ୍ରହଣ କରାଯାଇପାରିବ, ତାହା ତାଙ୍କର ପ୍ରଥମ ବକ୍ତବ୍ୟରୁ ହିଁ ସ୍ପଷ୍ଟ ହୋଇଯାଉଛି ।"

ସୁଧାଂଶୁ ତ୍ରିବେଦୀ କହିଛନ୍ତି, "ଦ୍ୱିତୀୟ କଥା, ସେ କହିଛନ୍ତି ଯେ ଏହି ଦେଶରେ ସରକାର-ବିରୋଧୀ ଲହର ଏକ ଗୋଟିଏ ସତ ଏବଂ ଏହା ବିଜେପି କ୍ଷମତାକୁ ଆସିବା ପରେ ଆରମ୍ଭ ହୋଇଛି । ମୋତେ ଲାଗୁଛି ରାହୁଲ ଗାନ୍ଧୀ, ଯିଏ ରାଜନୀତିକୁ ବୁଝନ୍ତି ନାହିଁ ଏବଂ ଜ୍ଞାନ ଆଦୌ ନାହିଁ, ସେ ଜାଣିନାହାନ୍ତି- ହଁ, ଏହା ସତ ଯେ ସରକାର-ବିରୋଧୀ ଲହର କଂଗ୍ରେସ ବିରୋଧରେ ବହୁତ ସ୍ଥିର ଏବଂ ଶକ୍ତିଶାଳୀ । ତାଙ୍କର ଭାରତୀୟ ରାଜନୀତି ବିଷୟରେ କୌଣସି ଜ୍ଞାନ ନାହିଁ । କଂଗ୍ରେସ ୧୯୬୭ ପରଠାରୁ ତାମିଲନାଡୁରେ କେବେବି କ୍ଷମତାକୁ ଫେରିନାହିଁ ।"

ସେ କହିଛନ୍ତି, "ବିହାରରେ କଂଗ୍ରେସ ୧୯୯୦ରୁ କ୍ଷମତାରେ ନାହିଁ । ଲାଲୁ ଯାଦବଙ୍କ ସରକାର ଲଗାତାର ତିନୋଟି କାର୍ଯ୍ୟକାଳ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲା, କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏ ବିଷୟରେ ଜଣା ନାହିଁ... ଓଡ଼ିଶାରେ କଂଗ୍ରେସ ୧୯୯୯ରୁ କ୍ଷମତାରେ ନାହିଁ । ବିଜୁ ଜନତା ଦଳ ଲଗାତାର ୨୫ ବର୍ଷ ଧରି କ୍ଷମତାରେ ରହିଥିଲା ଏବଂ ତାଙ୍କୁ ଏହା ବିଷୟରେ ବି ଜଣା ନାହିଁ । ମମତା ବାନାର୍ଜୀ ଲଗାତାର କ୍ଷମତାରେ ରହିଛନ୍ତି ଏବଂ ତାଙ୍କୁ ଏହା ବିଷୟରେ ବି ଜଣା ନାହିଁ । ତ୍ରିପୁରାରେ କମ୍ୟୁନିଷ୍ଟ ପାର୍ଟି ଲଗାତାର କ୍ଷମତାରେ ରହିଥିଲା ଏବଂ ତାଙ୍କୁ ଏ ବିଷୟରେ ବି ଜଣା ନାହିଁ ।"

'ଇଣ୍ଡିଆନ୍ ଏକ୍ସପ୍ରେସ୍'ର ରିପୋର୍ଟକୁ ଉଲ୍ଲେଖ କରି ବିଜେପି ସାଂସଦ କହିଛନ୍ତି, "ପ୍ରଥମେ, ସେହି ରିପୋର୍ଟରେ ନିର୍ବାଚନ ଆୟୋଗଙ୍କର କୌଣସି ବୟାନ ଅଛି କି ? ହଁ କି ନା ? ଯଦି ନାହିଁ, ତେବେ କେଉଁ ଆଧାରରେ କିଏ କହୁଛନ୍ତି ଯେ ନିର୍ବାଚନ ଆୟୁକ୍ତ ଏପରି କହିଛନ୍ତି ? କୌଣସି ବି ରିପୋର୍ଟ ସମ୍ପର୍କରେ, ସମ୍ବାଦପତ୍ରର ସ୍ୱାଧୀନତାକୁ ସମ୍ମାନ ଦେଇ ମୁଁ କହିବି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରି ତାଙ୍କର ବୟାନ ନିଆଯାଏ । ସେହି ବୟାନ ଉଦ୍ଧୃତ କରାଯାଇଛି କି ? ନା । ଆପଣଙ୍କ ପାଖରେ ଗୋଟିଏ ବି ଏପରି ରିପୋର୍ଟ ଅଛି କି ଯାହା ଦର୍ଶାଉଥିବ ଯେ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇ ନଥିଲା ? ନା ।"

ଫର୍ମ ୬ରେ କୌଣସି ପରିବର୍ତ୍ତନ ହୋଇନାହିଁ: ବିଜେପି

ବିଜେପି ସାଂସଦ କହିଛନ୍ତି, "ଦ୍ୱିତୀୟରେ, ସେ ତାଙ୍କ ରିପୋର୍ଟରେ ଦାବି କରିଛନ୍ତି ଯେ ଜନପ୍ରତିନିଧିତ୍ୱ ଅଧିନିୟମ, ୧୯୬୦ ଅଧୀନରେ ଫର୍ମ ୬ରେ ପରିବର୍ତ୍ତନ କରାଯାଇଥିଲା । ଏହା ସ୍ପଷ୍ଟ କରାଯାଇଛି ଯେ ଏପରି କୌଣସି ପରିବର୍ତ୍ତନ କରାଯାଇ ନଥିଲା । ସେ କହୁଛନ୍ତି ଯେ ବାପାମାଆଙ୍କ ନାମ ଯୋଡ଼ାଯାଇ ନାହିଁ; ଏପରି ମୁର୍ଖାମୀ ବୟାନ କେବଳ କଂଗ୍ରେସ ଲୋକହିଁ ଦେଇପାରିବେ । କାରଣ ଭାରତର ପ୍ରଥମ ଭୋଟର ତାଲିକା ୧୯୫୨ ମସିହାରେ ପ୍ରସ୍ତୁତ କରାଯାଇଥିଲା ।"

ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, "ଆମେ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛୁ । ରାଜ୍ୟଗୁଡ଼ିକରେ ମଧ୍ୟ ନିର୍ବାଚନ କମିନରଙ୍କ ନିଯୁକ୍ତି ହୋଇଥାଏ । ମୁଁ କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ କରୁଛି ଯେ ସେମାନେ କହନ୍ତୁ କେତୋଟି ରାଜ୍ୟରେ ବିରୋଧୀ ଦଳ ନେତା ନିର୍ବାଚନ ଆୟୁକ୍ତଙ୍କ ଚୟନ ପ୍ରକ୍ରିୟାରେ ସାମିଲ ହୁଅନ୍ତି ? ହଁ କି ନା'ରେ ଉତ୍ତର ଦିଅନ୍ତୁ । କେତୋଟି ରାଜ୍ୟରେ ରାଜ୍ୟର ମୁଖ୍ୟ ବିଚାରପତି ସାମିଲ ହୁଅନ୍ତି ? ହଁ କି ନା'ରେ ?"

ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, "ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ USAID ଦ୍ୱାରା ଦିଆଯାଉଥିବା ଲକ୍ଷ ଲକ୍ଷ ଡଲାରର ଫଣ୍ଡିଂ ରୋକି ଦେଇଛନ୍ତି । ସେ କହିଥିଲେ ଯେ USAID ଭାରତରେ ମତଦାନ ବୃଦ୍ଧି କରିବା ପାଇଁ ଫଣ୍ଡିଂ କରୁଥିଲା । ଏହା ଏକ ପ୍ରଶ୍ନ ଯେ ଭାରତରେ ମତଦାନ ବୃଦ୍ଧି ପାଇଁ ଗୋଟିଏ ବିଦେଶୀ ଏଜେନ୍ସି ପକ୍ଷରୁ ଲକ୍ଷ ଲକ୍ଷ ଡଲାର କାହିଁକି ଖର୍ଚ୍ଚ କରାଯାଉଥିଲା ? ଏହାର ଭାରତରେ ମତଦାନ ସହିତ କ’ଣ ସମ୍ପର୍କ ଅଛି ? ଏବେ ଆପଣ ବୁଝିପାରୁଥିବେ ଯେ ଏହା କେଉଁ ବିଷୟରେ ଥିଲା । ଅସଲ କଥା ହେଉଛି, ବିଦେଶୀ ଭୋଟ୍ ଆଧାରରେ କ୍ଷମତା ହାସଲ କରିବାକୁ ଚାହୁଁଥିବା ଲୋକଙ୍କ ସ୍ୱପ୍ନ କାଚ ଭଳି ଭାଙ୍ଗି ଚୁରମାର ହୋଇଯାଉଛି ।"

ରାହୁଲ ଗାନ୍ଧୀ କ’ଣ କହିଥିଲେ ?

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିବା ସହ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଭୋଟର ସୁରକ୍ଷା କରିବା ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ, କିନ୍ତୁ ଭୋଟ ଚୋରି ଦ୍ୱାରା ଗଣତନ୍ତ୍ର ଏବଂ ନାଗରିକଙ୍କ ଅଧିକାରର ହନନ ହେଉଛି । ସେ ଅଭିଯୋଗ କରିଛନ୍ତି ଯେ ହରିୟାଣା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ସମେତ ବିଭିନ୍ନ ନିର୍ବାଚନରେ ହେରଫେର କରାଯାଇଛି ।