ଭୁବନେଶ୍ବର ୨୨।୧୦: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଯତୀନ ମହାନ୍ତି । ସେ କହିଛନ୍ତି, ଓଡ଼ିଶାରେ RBI ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧୭୦ କୋଟି ଟଙ୍କା ବ୍ୟୟରେ ଜଟଣୀ ଠାରେ ନିର୍ମାଣ ହୋଇଥିବା ଡାଟା ସେଣ୍ଟରକୁ ଉଦଘାଟନ କରିବେ ମୋଦି । ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ଓଡ଼ିଶାରେ ଦେଶର ଦ୍ଵିତୀୟ ଡାଟା ସେଣ୍ଟର ନିର୍ମାଣ ହୋଇଛି ।

Also Read:- ଉତ୍ତର ଭୁବନେଶ୍ବର ଭସାଣିରେ ଟ୍ବିଷ୍ଟ୍ : ଆୟୋଜକଙ୍କଠୁ ଅଲଗା ହେଲେ ୮ ମେଢ଼, ନିଜସ୍ୱ ଭାବେ କରିବେ ଭସାଣି

ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରକଳ୍ପ ପାଇଁ ଓଡ଼ିଶାକୁ ବାଛିଥିଲେ । ଏହା ଓଡ଼ିଶାର ଡିଜିଟାଲ ବିକାଶକୁ ଆଗକୁ ନେବ । ଡିଜିଟାଲ କ୍ଷେତ୍ରରେ ଓଡ଼ିଶାର ଛବି ବଦଳାଇବାରେ ସହାୟକ ହେବ । ପ୍ରଥମେ ସେମି କଣ୍ଡକ୍ଟର ପରେ RBI ଡାଟା ସେଣ୍ଟର ଦର୍ଶାଉଛି ଓଡ଼ିଶା ପ୍ରତି ମୋଦିଙ୍କ ପ୍ରତିବଦ୍ଧତା । ୨୫ ତାରିଖ ଅପରାହ୍ନ ୪ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଜଟଣୀରେ ଡାଟା ସେଣ୍ଟର ଉଦଘାଟନ କରିବା ପରେ ସନ୍ଧ୍ୟା ସାଢେ ୬ଟାରେ ଦିଲ୍ଲୀ ଫେରିଯିବେ ପ୍ରଧାମନ୍ତ୍ରୀ ।

Watch Video: