ଭୁବନେଶ୍ବର ୨୨।୫: ଅସହ୍ୟ ତାତି ଓ ଗୁଳୁଗୁଳି କଲବଲ କରୁଛି ଜନଜୀବନ । ସନ୍ତୁଳି ହେଉଛନ୍ତି ଓଡ଼ିଶାବାସୀ । ପାଣିପାଗ ବିଭାଗର ଆକଳନ ଆଗାମୀ କିଛି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଏଭଳି ସ୍ଥିତିରେ ହିଟ୍ ୱେଭ୍‌କୁ ନଜରରେ ରଖି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ହିଟ୍ ୱେଭ୍‌କୁ ନଜରରେ ରଖି ସବୁ ମେଡିକାଲ ଗୁଡିକରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆପଣାଯାଇଛି । ପ୍ରତି ମେଡିକାଲରେ ORS କର୍ନର ବ୍ୟବସ୍ଥା ହୋଇଛି । ଅଂଶୁଘାତ ମୁକାବିଲା ପାଇଁ ସବୁ ଜିଲ୍ଲା ମୁଖ୍ୟ ମେଡିକାଲ ଗୁଡିକରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ମେଡିକାଲ ଗୁଡିକରେ IV ଫ୍ଲୁଇଡ୍ ସହ ORS ମହଜୁଦ ରଖାଯାଇଛି ।

Also Read:- ଜମି ବିକି ଟଙ୍କା ରଖିଥିଲେ ବାପା, ହଡ଼ପ ପାଇଁ ଦୁଇ ପୁଅ ମିଶି କଟୁରୀରେ ହାଣିଲେ

ବିଶେଷ କରି ଶିଶୁ, ଗର୍ଭବତୀ, ବୟସ୍କ ଲୋକ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସୂତା ଲୁଗା ପନ୍ଧିବାକୁ ପରାମର୍ଶ ଦିଆଯାଇଛି । ମେଡିକାଲ ଗୁଡ଼ିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଅଂଶୁଘାତ ଓ୍ବାର୍ଡ ଗୁଡ଼ିକ ଏୟାର କଣ୍ଡିସନ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶିକା ଡାକ୍ତର ପୁଷ୍ପିତା ମହାନ୍ତି ।