ସୋର ୨୨।୫: ଜମି ବିକ୍ରି ଟଙ୍କା ପାଇଁ ବାପାକୁ ହାଣିଲେ ଦୁଇ ପୁଅ । ଆହତ ବାପା ଆକ୍ରମଣକାରୀ ପୁଅ ମାନଙ୍କ ସହିତ ଲଢ଼ି ନିଜ ଜୀବନକୁ ବଞ୍ଚାଇଲେ । ବାପା-ପୁଅ ଲଢେଇ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ସ୍ଥାନୀୟ ଲୋକେ ଆକ୍ରମଣକାରୀ ଦୁଇ ପୁଅକୁ ଧରି ପୋଲିସ ଜିମା ଦେଲେ ।

ଘଟଣାରୁ ଜଣା ପଡିଛି ଯେ, ସୋର ପୌରପାଳିକା କମାଣପୁର ଗ୍ରାମର ଗଣେଶ ବାରିକ ଗତ କିଛି ଦିନ ତଳେ କିଛି ଜମି ବିକ୍ରି କରି ଟଙ୍କା ରଖିଥିଲେ l ସେହି ଟଙ୍କାକୁ ନେବା ପାଇଁ ସୋର କୋର୍ଟ ଛକରେ ତାଙ୍କ ଦୁଇ ପୁଅ କମଲ ଓ କିରଣ ମିଳିତ ଭାବେ ବାପା ଗଣେଶଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲେ l ଦୁଇ ପୁଅଙ୍କ ଆକ୍ରମଣରେ ଗଣେଶର ଆଖିପତା ଓ କପାଳରେ ଆଘାତ ଲାଗିଛି l ବାପା ଗଣେଶ ଆହତ ହୋଇ ମଧ୍ୟ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଇ ପୁଅଙ୍କ ସହିତ ମୁକାବିଲା କରିଥିଲା l ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି l

Also Read:- ଅଂଶୁଘାତରେ RIଙ୍କ ମୃତ୍ୟୁ ଅଭିଯୋଗ, ଶ୍ବଶୁର ଘରକୁ ଯାଇ ଅସୁସ୍ଥ ହୋଇଥିଲେ

ଖବର ପାଇ ସୋର ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଜଣେ ପୁଅକୁ ଅଟକ ରଖିଛି l ବାପା ଗଣେଶକୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛି l ପୋଲିସ ଘଟଣାସ୍ଥଳରୁ ବ୍ୟାଗ୍ରେ ଥିବା ଏକ କଟୁରୀକୁ ଜବତ କରିଛି l