ନୂଆଦିଲ୍ଲୀ,୨୭ /୦୩: କଥାରେ ଅଛି ଚାକିରି କରିବ ପୋଲିସ ଏବଂ ମାଛ ଖାଇବ ଇଲିଶି । ଅର୍ଥାତ ଅନେକ ସୁବିଧା ସୁଯୋଗ ପାଆନ୍ତି ପୋଲିସ ବାବୁ । କିଛି କିଛି ଜାଗାରେ ସେମାନଙ୍କ ପାଇଁ ଆଇନ କାନୁନ ମାଫ୍ । ଦୋଷ କଲେ ବି ସେତେ ବଡ ଦଣ୍ଡ ମିଳେନି । ଏହି ସବୁ କ୍ଷମତାର ଦୁରୁପଯୋଗ କେହି କେହି କରନ୍ତି । ଖାଲି ସାଧାରଣ ଲୋକ ନୁହେଁ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ କିଛି ଖଳ ପ୍ରକୃତିର ଅଧିକାରୀଙ୍କ ଶୋଷଣର ଶିକାର ହେଉଛନ୍ତି ।

ପୋଲିସ ବାବୁଙ୍କ ମନରେ କାମନା । ଯୌନ ସମ୍ପର୍କ ରଖିବାକୁ ପାଗଳ । ପରିସ୍ଥିତି ଏମିତି ଯେ ଗୋଟିଏ ଜାଗାରେ ଡ୍ୟୁଟି କିନ୍ତୁ ଦେହ ସୁଖ ମେଣ୍ଟାଇବା ପାଇଁ ଖୁବ୍ ଦୂରରେ ଥିବା ଜାଗାକୁ ଚାଲି ଯାଇଥିଲେ ପୋଲିସ ବାବୁ । ତାହା ପୁଣି ନିଜ ଡ୍ୟୁଟି ଅଧାରୁ । ଏପରି ଏକ ପୋଲିସ କର୍ମଚାରୀଙ୍କ ସବୁ ଗୁମର ଫିଟି ଯାଇଛି । ସବୁଠୁ ବଡ କଥା ହେଉଛି ଯେ ପୋଲିସ କର୍ମଚାରୀଜଣଙ୍କ ଦୂରକୁ ଯାଇ ଯେଉଁ ମହିଳାଙ୍କ ସହ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ ସେ ମଧ୍ୟ ଜଣେ ପୋଲିସ ।

ରିପୋର୍ଚ ଅନୁସାରେ, ଉତ୍ତର ପ୍ରଦେଶର ମିରଠର ଥାନାରେ କର୍ତ୍ତବ୍ୟରତ୍ତ ଜଣେ ମହିଳା ସିପାହୀ ନୋଏଡା ଗୌତମବୁଦ୍ଧ ନଗରର ଥାନାର ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ନୋଏଡାର ପୋଲିସ କର୍ମଚାରୀ ଜଣଙ୍କ ହେଲେ ହେଡ୍ କନଷ୍ଟେବଳ ଚନ୍ଦ୍ରକାନ୍ତ । ଉଭୟ ନୋଏଡାରେ ମୁତୟନ ଥିବା ବେଳେ ପରିଚୟ ବଢିଥିଲା । ଉଭୟଙ୍କ ଭିତରେ କିଛି ଆର୍ଥିକ କାରବାର ମଧ୍ୟ ହୋଇଥିଲା ।

ପୀଡିତା ସିପାହୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଚନ୍ଦ୍ରକାନ୍ତ ମାର୍ଚ୍ଚ ୨୧ ତାରିଖରେ ମିରଠ ଆସିଥିଲେ । ସେ ତାଙ୍କୁ ଜବରଦସ୍ତି ସାଥିରେ ନେବାକୁ ପ୍ରୟାସ କରିଥିଲେ । ବିରୋଧ କରିବାକୁ ମହିଳା କର୍ମଚାରୀଙ୍କ ମୋବାଇଲକୁ ଚନ୍ଦ୍ରକାନ୍ତ ଭାଙ୍ଗି ଦେଇଥିଲେ । ,ଏପରିକି କାରକୁ ଟାଣିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ପାଟି କରିବାରୁ ଚନ୍ଦ୍ରକାନ୍ତ ମହିଳାଙ୍କ ସ୍କୁଟି ଚାବି ନେଇ ଫେରାର ହୋଇଯାଇଥିଲେ । ପୂର୍ବରୁ ମଧ୍ୟ ଅନେକ ଥର ଚନ୍ଦ୍ରକାନ୍ତ ଏପରି ଆଚରଣ କରିଛନ୍ତି । ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଘଟଣା ପରେ ପୀଡିତା ମହିଳା କର୍ମଚାରୀ ନିଜର ପୋଲିସ ସ୍ୱାମୀକୁ ନେଇ ଏସଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଯାହା ପରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ଚନ୍ଦ୍ରକାନ୍ତକୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି ।

ଅଭିଯୋଗକୁ ନେଇ ପ୍ରଶ୍ନ

ମିରଠ ଏସପି ଆୟୁଷ ବିକ୍ରମ ସିଂ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ଭିନ୍ନ କଥା ସାମ୍ନାକୁ ଆସିଛି । ସିସିଟିଭିରେ ପୀଡିତା ଚନ୍ଦ୍ରକାନ୍ତଙ୍କ ସହ ସ୍କୁଟିରେ ଏକାଠି ବସି ଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅପହରଣ ଅଭିଯୋଗ ଉପରେ ପ୍ରଶ୍ନ ଉଠିଛି । ଏପରିକି ଘଟଣା ଦିନ ମହିଳାଙ୍କ ଖାତାରୁ ଚନ୍ଦ୍ରକାନ୍ତଙ୍କ ଆକାଉଣ୍ଟକୁ ୪୦ରୁ ୫୦ ହଜାର ଟଙ୍କା ପଠାଯାଇଛି ।