ପୁରୀ ୦୪/୦୨: ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ୱେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ମହାମହିମ । ସକାଳ ୭ଟା ୪୦ ମିନିଟ୍ରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ୭ ଟା ୪୫ରୁ ୮ଟା ୧୦ ମଧ୍ୟରେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

also read...

Home ରାଜ୍ୟ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକ ଭବନରେ କରିବେ ରାତ୍ରିଯାପନ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକ ଭବନରେ କରିବେ ରାତ୍ରିଯାପନ

ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ସକାଳ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରୁ ଆସିବା ପରେ ଲୋକଭବନରେ ଜଳପାନ ବ୍ୟବସ୍ଥା କରାଯାଇଛି । ସକାଳ ୯ଟା ୧୫ରେ ସେ ଲୋକ ଭବନ ଛାଡ଼ି ତାଳବଣିଆ ହେଲିପ୍ୟାଡ୍ ପହଞ୍ଚିବେ ରାଷ୍ଟ୍ରପତି ।ସେଠାରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯିବେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ପୁରୀରେ କଡ଼ାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପୁରୀ ପରେ ଶ୍ରୀମନ୍ଦିରରେ ଦର୍ଶନ ସାରି ତିନି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି, ମଙ୍ଗଳବାର ଏହାର ସମୀକ୍ଷା କରିଛନ୍ତି ଏଡିଜି ଦୟାଲ ଗାଙ୍ଗୱାର ଓ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ।