ରାଇରଙ୍ଗପୁର ୨୦।୬: ମୟୁରଭଞ୍ଜ ରାଇରଙ୍ଗପୁରରେ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏକାଠି ଉପସ୍ଥିତ ରହିଥିଲେ ।

ଏହି ଅବସରରେ ସମ୍ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ପାହାଡ଼ପୁର, ରାଇରଙ୍ଗପୁର ଆସିଥିବାରୁ କୃତଜ୍ଞତା ଜଣାଉଛି । ଦେଶ ପ୍ରତି ତାଙ୍କର ଭଲ ପାଇବା ପାଇଁ ଧନ୍ୟବାଦ ଜଣାଉଛି । ଓଡ଼ିଶା ପାଇଁ ଆଜି ଅନେକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ହୋଇଛି । ମୟୂରଭଞ୍ଜ ପାଇଁ ଉନ୍ନତି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି । ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିବା, ମାଟି ପ୍ରତି ତାଙ୍କର ମୋହ । ଜନଜାତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କିଛି ଭେଟି ଦେଇଛନ୍ତି । ଏହାଦ୍ବାରା ସ୍ଥାନୀୟ ଜନଜାତି ଲୋକେ ବେଶ୍ ଉପକୃତ ହେବେ । ଯେଉଁସ୍ତରକୁ ଗଲେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ନିର୍ବାଚିତ ପିଏମ୍ ଭାବେ ସର୍ବାଧିକ ସମୟ ଶାସନରେ ରହିବା ନେଇ ବଧାଇ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ସମ୍ମାନ ବଢ଼ିଛି । କୋଭିଡ ମହାମାରୀ ସମୟରେ ସାରା ବିଶ୍ବକୁ ଟୀକା ପ୍ରଦାନ କରିଛନ୍ତି ।

Also Read:- ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କଲ୍ୟାଣକାରୀ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ଅଜାଡ଼ି ଦେଲେ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି । ମୋହନ ମାଝୀଙ୍କ ନେତୃତ୍ବରେ ରାଜ୍ୟକୁ ବହୁତ ପୁଞ୍ଜି ଆସିଛି । ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି । ଜନଜାତି ଲୋକଙ୍କ ଜୀବନ ଶୈଳୀକୁ ଅନୁସରଣ କରିବା ଉଚିତ୍ ବୋଲି ରାଷ୍ଟ୍ରପତି କହିଥିଲେ ।