ଭୁବନେଶ୍ବର ୩।୮: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡ଼ା ସୁରକ୍ଷା ବଳୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ଲୋକଭବନ ଯାଇଥିଲେ ରାଷ୍ଟ୍ରପତି । ସେଠାରୁ ସଡ଼କ ଯୋଗେ ରାଷ୍ଟ୍ରପତି କଟକ ବାଆଁରା ଅଭିମୁଖେ ବାହାରିଥିଲେ । ସେଠାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ।