ସାଲେପୁର ୨୫।୨: କଟକ ଜିଲ୍ଲା ସାଲେପୁର ବ୍ଲକ୍ ସୌରୀ ପଞ୍ଚାୟତ କ୍ରିଷ୍ନାପୁର ମହାପ୍ରଭୁ ଚାଟେଶ୍ୱରଙ୍କ ଓଡ଼ିଶା ପ୍ରସିଦ୍ଧ ଦୋଳ ପୂର୍ଣ୍ଣିମା ମେଲଣ ନେଇ ପାଗା ଫାଣ୍ଡି ପରିସରରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ଜଗତପୁର ଥାନା ଆଇଆଇସି ପ୍ରଶାନ୍ତ କୁମାର ସାସମଲ, ପାଗାଫାଣ୍ଡି ଅଧିକାରୀ ଜଳଧର ନାୟକ, ମନ୍ଦିର ଟ୍ରଷ୍ଟବୋର୍ଡ଼, ସମସ୍ତ ଦୋଳବିମାନ ମାଲିକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପ୍ରତିବର୍ଷ ଭଳି ଏବର୍ଷ କିଭଳି ଭାବେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରାଯିବା ସହ ୧୦ ଗୋଟି ନିୟମ କାନୁନ ମାନିବାକୁ ପ୍ରତ୍ୟେକ ବିମାନ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ଜୀବନ ଗଲା ପରେ ଚେତା ପଶିଲା, ଆସନ୍ତା ୬ ତାରିଖରୁ ହଟିବ ବେଆଇନ ହୋର୍ଡିଂ

ଜଗତପୁର ଅଞ୍ଚଳରେ ବେଆଇନ ବାଣ ବିସ୍ଫୋରଣ ୩ ଜଣଙ୍କ ମୃତ୍ୟୁ ପରେ ବ୍ୟାପକ ଭାବେ ବେଆଇନ ବାଣ ଉପରେ ଜଗତପୁର ପୋଲିସର ଚଢ଼ାଉ ଜାରିଥିବା ବେଳେ ଆଗକୁ ଦୋଳମେଳଣ ଥିବାରୁ ପୋଲିସ ବାଣ ଉପରେ କଟକଣା ଲଗାଇଛି । ବିମାନ ମାଲିକ ମାନେ ଶୋଭାଯାତ୍ରା ପାଇଁ ଅନୁମତି ଆଣିବେ । ଡିଜେ, ବାଣ, ଲେଜର ଲାଇଟ୍, ଠେଙ୍ଗା, ଲାଠି ଆଣିପାରିବେ ନାହିଁ । ୬ ଗୋଟି ମ୍ୟୁଜିକ ବକ୍ସ ବ୍ୟବହାର କରିବେ । ଅଶ୍ଳୀଳନୃତ୍ୟ ପ୍ରଦର୍ଶନ କରିପାରିବେ ନାହିଁ । ବିମାନ ଭିତରେ ୫୦ ମିଟର ଦୂରତ୍ୱ ରଖିବେ । ବିମାନ ମାଲିକ ମାନେ ହାଇକୋର୍ଟର ନିର୍ଦ୍ଦେଶ ପାଳନ କରିବା ସହ ନିଶାମୁକ୍ତ ମେଳଣ ଓ ପରମ୍ପରା ନାମରେ କିଛି ବେଆଇନ କାମ ନ କରିବାକୁ ଜଗତପୁର ଆଇଆଇସି ମେଳଣ ମାଲିକ, ଗ୍ରାମବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ଟ୍ରଷ୍ଟବୋର୍ଡ ମାନିବାକୁ ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି । ନ ମାନିଲେ ଆଇନ ଆନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।