ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବିଜେଡିରେ କମ୍ପନ । ବିଜେଡିର ତୁଙ୍ଗ ନେତା ଏବେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ ଟାର୍ଗେଟ କରୁଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବିଧାୟକ ନିଲମ୍ବିତ ବି ହୋଇଛନ୍ତି । ତଥାପି ଥମୁନି ରାଜନୀତି । ନେତାଏ ଏବେ ୬ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଦାବିରେ ଅଡି ବସିଛନ୍ତି । ଦରକାର ପଡିଲେ ସୁପ୍ରିମକୋର୍ଟ ଯିବୁ ବୋଲି ଖୋଲାଖୋଲି କହିଛନ୍ତି ।

ପ୍ରମିଳାଙ୍କ ରୋକ୍‌ଠୋକ୍ :

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ ନେଇ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଟଙ୍କା ନେଇ ବିକ୍ରି ହେଲେ ବିଧାୟକ । ଟିକେଟ ନେଇ ବିକ୍ରି ହେଲେ ସବୁ । ଦିନ ଥିଲା ୨୦୦୨ରେ ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ ଏବେ ସେହିମାନେ ଷଡ଼ଯନ୍ତ୍ର କରିଛନ୍ତି । ଅନେକ ସମୟରେ ଅନେକ ପ୍ରକାରର ଷଡ଼ଯନ୍ତ୍ର ବି ହୋଇଛି । ୧୯୯୫ ମସିହାରେ ବିଜୁ ବାବୁଙ୍କୁ ହରାଇବା ପାଇଁ ଏକାଧିକ ପ୍ରାର୍ଥୀ ଦେଇଥିଲେ । ସେତେବେଳେ ବିଜୁ ବାବୁଙ୍କୁ ଛୁରୀ ମାରିଥିଲେ । ଏବେ ନବୀନ ବାବୁଙ୍କୁ ଛୁରୀ ମାରିଛନ୍ତି ନିଲମ୍ୱିତ ବିଧାୟକ । ତାଙ୍କ ବିରୋଧରେ ଆମେ ସୁପ୍ରିମୋ କୋର୍ଟ ଯାଏ ଯିବୁ । ସତସାହସ ଥିଲେ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ି ଜିତନ୍ତୁ । ଦିନେ ଦୁଇଦିନ ଭିତରେ ଆହୁରି କାର୍ଯ୍ୟନୁଷ୍ଠାନ ନେବୁ । ବ୍ରହ୍ମଗିରି ଓ ଖଲିକୋଟ ବିଧାୟକ ଯେଉଁଭଳି ଦୁଇଥର ବାଲଟ ନେଲେ ତା ବିରୋଧରେ ଆମେ ସୁପ୍ରିମକୋର୍ଟ ଯିବୁ।

Also Read..Suspension Controversy: ମୋ ବାପାଙ୍କୁ ଅସମ୍ମାନ କରାଯାଇଛି, ପୁଅ ହୋଇ କେମିତି ତାଙ୍କ ବିରୋଧରେ ଯାଇପାରିବି

କଣ କହିଥିଲେ କଟକ ମେୟର?

ବିଧାୟକଙ୍କୁ ନିଲମ୍ୱନ ପରେ ପ୍ରତିକ୍ରିୟା ରଖିଥିଲେ କଟକ ମେୟର ସୁବାଷ ସିଂହ । ସେ ବି ପ୍ରମିଳାଙ୍କ ପରି କହିଥିଲେ ଯେ, ଦଳକୁ ଦୁର୍ବଳ କରିବା ପାଇଁ ପୂର୍ବରୁ ହୋଇଥିଲା ଷଡ଼ଯନ୍ତ୍ର । ଗତ ସାଧାରଣ ନିର୍ବାଚନ ପରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ଏ ସଂପର୍କରେ ସୁପ୍ରିମୋଙ୍କ ପାଖରେ ପୁରା ଖବର ଥିଲା । ସେ ଆହୁରି କହିଥିଲେ ଯେ, ଦଳକୁ ଦୁର୍ବଳ କରିବାକୁ ଚାଲିଥିଲା ଷଡ଼ଯନ୍ତ୍ର । ୨୦୨୪ ସାଧାରଣ ନିର୍ବାଚନ ପରେ ଚାଲିଥିଲା ଜୋରଦାର ଷଡ଼ଯନ୍ତ୍ର । ଯାହାର ଆଭାସ ପାଇଯାଇଥିଲେ ଦଳ ସୁପ୍ରିମୋ । ସେଥିପାଇଁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରାଯାଇଥିଲା ।

ଆଉ ଏବେ ରାଜ୍ୟସଭା ନିର୍ବାଚନ ପରେ ବିଧାୟକ କ୍ରସ ଭୋଟିଂ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାମ ପାଇଁ ଆକ୍ସନ ନେଇଛନ୍ତି ସୁପ୍ରିମୋ। କଟକର ଦୁଇ ବିଧାୟକ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଏହି ଦୁଇ ବିଧାୟକ ନିଶ୍ଚିତ ଭାବେ ଦଳରୁ ବହିଷ୍କୃତ ହେବେ । ଏନେଇ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଘୋଡ଼ା ବେପାର କଥା ଲୁଚାଇବାକୁ ନିଲମ୍ବିତ ବିଧାୟକ ବିଭିନ୍ନ ବାହାନା ନେଉଛନ୍ତି । ବିଜେଡିକୁ ଦୁର୍ବଳ କରିବାକୁ ଦେବୀ ତ୍ରିପାଠୀ ବହୁ ପୂର୍ବରୁ ଷଡ଼ଯନ୍ତ୍ରରେ ସାମିଲ ଥିଲେ । ବିଜେଡି ନିଲମ୍ବିତ ସବୁ ବିଧାୟକ ଖତ ହୋଇଯିବେ ।