କଟକ ୨୨।୦୩ : ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ଗତ ସାଧାରଣ ନିର୍ବାଚନ ପରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ଏ ସଂପର୍କରେ ସୁପ୍ରିମୋଙ୍କ ପାଖରେ ପୁରା ଖବର ଥିଲା । ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ନେଇ ପ୍ରେସମିଟ୍ ଜରିଆରେ ଏପରି ତଥ୍ୟ ରଖିଛନ୍ତି କଟକ ମହାନଗର ନିଗମର ମେୟର ସୁବାଷ ସିଂହ ।

Read Also:-BJD Politics: ନବୀନଙ୍କ ବଡ଼ ଆକ୍ସନ, କ୍ରସ ଭୋଟିଂ କରିଥିବା ୬ ବିଧାୟକ ସସପେଣ୍ଡ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳକୁ ଦୁର୍ବଳ କରିବାକୁ ଚାଲିଥିଲା ଷଡ଼ଯନ୍ତ୍ର । ୨୦୨୪ ସାଧାରଣ ନିର୍ବାଚନ ପରେ ଚାଲିଥିଲା ଜୋରଦାର ଷଡ଼ଯନ୍ତ୍ର । ଯାହାର ଆଭାସ ପାଇଯାଇଥିଲେ ଦଳ ସୁପ୍ରିମୋ । ସେଥିପାଇଁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରାଯାଇଥିଲା । ଆଉ ଏବେ ରାଜ୍ୟସଭା ନିର୍ବାଚନ ପରେ ବିଧାୟକ କ୍ରସ ଭୋଟିଂ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାମ ପାଇଁ ଆକ୍ସନ ନେଇଛନ୍ତି ସୁପ୍ରିମୋ। କଟକର ଦୁଇ ବିଧାୟକ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଏହି ଦୁଇ ବିଧାୟକ ନିଶ୍ଚିତ ଭାବେ ଦଳରୁ ବହିଷ୍କୃତ ହେବେ । ଏନେଇ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଘୋଡ଼ା ବେପାର କଥା ଲୁଚାଇବାକୁ ନିଲମ୍ବିତ ବିଧାୟକ ବିଭିନ୍ନ ବାହାନା ନେଉଛନ୍ତି । ବିଜେଡିକୁ ଦୁର୍ବଳ କରିବାକୁ ଦେବୀ ତ୍ରିପାଠୀ ବହୁ ପୂର୍ବରୁ ଷଡ଼ଯନ୍ତ୍ରରେ ସାମିଲ ଥିଲେ । ବିଜେଡି ନିଲମ୍ବିତ ସବୁ ବିଧାୟକ ଖତ ହୋଇଯିବେ ।