ନୂଆଦିଲ୍ଲୀ: ସିଜେପି ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଛାଡିବା ପାଇଁ ପୁଲିସ ଆପଣାଇଥିବା ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତା ପ୍ରକାଶ ରାଜ। ସେମାନଙ୍କୁ ଅଟକ ରଖାଯାଇଥିଲା। ତାଙ୍କୁ ଛାଡ଼ି ଦେବାକୁ ଏକ ପିସ୍ ବଣ୍ଡରେ ଦସ୍ତଖତ ନିଆଯାଇଛି। ଏହା କି ପ୍ରକାର ଆଇନଗତ ପ୍ରକ୍ରିୟା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରକାଶ ରାଜ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଯୁବବର୍ଗଙ୍କୁ ପିସ୍ ବଣ୍ଡରେ ଦସ୍ତଖତ କରାଇବା ମାନେ ସେମାନଙ୍କୁ ଆନ୍ଦୋଳନରୁ ବିରତ ରଖିବାକୁ ଏକପ୍ରକାର ଚାପ ପକାଯାଉଛି।

ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ନିଶ୍ଚିତ ଛାଡ଼ିଥାନ୍ତା। ହେଲେ ପିସ୍ ବଣ୍ଡରେ ସାଇନ କରିବା ମାନେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।ଅଭିନେତା ଆହୁରି କହିଛନ୍ତି ଯୁବବର୍ଗ ଏସବୁ ଦେଖୁଛନ୍ତି। ଏପରି ଅଟକ ରଖିବା ଓ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅନ୍ୟାୟକୁ ସେମାନେ ଆଦୌ ବରଦାସ୍ତ କରିବେ ନାହିଁ। ଭିଡିଓରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ ଏସ୍ଆଇଆର୍କୁ ରଦ୍ଦ କରିବାକୁ ଦାବି କରିଛନ୍ତି ପ୍ରକାଶ ରାଜ। ଆଗାମୀ ଦିନରେ ଦେଶର ସବୁ ବର୍ଗରେ କୋଟି କୋଟି ଲୋକ ଏହା ବିରୁଦ୍ଧରେ ଆନ୍ଦୋନକୁ ଓହ୍ଲାଇବେ ବୋଲି ପ୍ରକାଶ ରାଜ ଚେତାବନୀ ଦେଇଛନ୍ତି।ପିସ୍ ବଣ୍ଡ ନେଇ ପ୍ରକାଶଙ୍କର ପ୍ରଶ୍ନ

ଭିଡିଓରେ ପ୍ରକାଶ କହିଛନ୍ତି “ ତେବେ ସୌରଭ ଓ ଆଶୁତୋଷଙ୍କୁ ଛାଡ଼ି ଦିଆଗଲା। ସେମାନଙ୍କୁ ଛାଡ଼ିବ ବୋଲି ଯଦି ତୁମେ ଜାଣିଥିଲ ତେବେ କେଉଁ ଆଧାରରେ ତାଙ୍କୁ ଅଟକ ରଖାଯାଇଥିଲା ? ବଣ୍ଡ …? ତୁମେ ଜାଣିଛ ମୋ ନାଁ ହେଉଛି ଜେମ୍ସ ବଣ୍ଡ! ପିସ୍ ବଣ୍ଡ ନାଁରେ ଏ ନୂଆ ଜିନିଷଟା କ’ଣ? ଯୁବବର୍ଗ ତ ଶାନ୍ତିର ପ୍ରତିବାଦ କରୁଛନ୍ତି। ସେମାନଙ୍କୁ ଅଟକ ରଖାଯିବା ପରେ ଓ ଛାଡିବା ପୂର୍ବରୁ କାହିଁକି ଶାନ୍ତି ବଣ୍ଡରେ ଦସ୍ତଖତ କରିବାକୁ ପଡ଼ିଲା ? ଏସବୁ କଣ? ଆଶୁତୋଷ ସୌରଭ, ନେହା ବୋରା, ଦୀପକେ ସମସ୍ତଙ୍କୁ ଶାନ୍ତି ବଣ୍ଡରେ ଦସ୍ତଖତ କରିବାକୁ ପଡ଼ୁଛି। ଏହାର ମାନେ କଣ ଏହା ଯେ ଯଦି ସେମାନେ ପୁନର୍ବାର ପ୍ରତିବାଦ କରିନ୍ତି, ତେବେ ଆପଣ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିପାରିବେ? ତେବେ ଏହି ପ୍ରକ୍ରିୟା ନିଜେ ହିଁ ଏକ ଦଣ୍ଡ ହେବ।”

ସେହିପରି ମାମଲାର ଶୁଣାଣି ବେଳେ ବିଚାରପତି ଆନ୍ଦୋଳନକାରୀଙ୍କୁ ସେମାନଙ୍କ ବୟସ ପଚାରିବାକୁ ନେଇ ମଧ୍ୟ ପ୍ରକାଶ ରାଜ ଥଟା କରିଛନ୍ତି। ଏନେଇ ସେ କହିଛନ୍ତି “ବିଚାରପତି ପଚାରୁଛନ୍ତି ତୁମ ବୟସ କେତେ? ଆପଣଙ୍କର ବୟସ କେତେ ? ଆନ୍ଦୋଳନକାରୀଙ୍କୁ ପିଲାଙ୍କ ଭଳି କାହିଁକି ବ୍ୟବହାର କରୁଛନ୍ତି ? ଟିକେ ହୋସକୁ ଆସନ୍ତୁ। ସେମାନେ ପୁଣିଥରେ ଏକତ୍ରିତ ହେବେ। ଆପଣମାନେ ତାଙ୍କୁ ଅଟକ ରଖିଥିବାରୁ ସେମାନେ ଭୋଗିଥିବା ସମସ୍ୟା ଓ ଅନ୍ୟାୟକୁ ଯୁବବର୍ଗ କେବେ ବି ଭୁଲିବନି।”

ଆନ୍ଦୋଳନରେ ସାମିଲ ହେବେ କୋଟି କୋଟି

ଆନ୍ଦୋଳନକୁ ଆହୁରି ବ୍ୟାପକ ହେବ ବୋଲି ଚେତାବନୀ ଦେଇ ପ୍ରକାଶ ରାଜ କହିଛନ୍ତି ଯେ ଆଗକୁ ଏହି ଆନ୍ଦୋଳନ ଲକ୍ଷ କିମ୍ବା ହଜାରରେ ରହିବ ନାହିଁ। ବରଂ କୋଟି କୋଟି ଲୋକ ଆପଣଙ୍କ ଭୋଟ ଚୋରି ପାଇଁ ଆନ୍ଦୋଳନକୁ ଓହ୍ଲାଇବେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏକତ୍ରିତ ହୋଇ ଆନ୍ଦୋଳନ କରିବେ। ସାରା ଦେଶରେ ଆନ୍ଦୋଳନ ହେବ। ଆଜି କିମ୍ବା ପରଦିନ କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସବୁଆଡ଼େ ଆନ୍ଦୋଳନ ତେଜିବ। ବହୁତ ହେଇଗଲା ଭାଇ.. ଏବେ ଦେଖ। ସମସ୍ତେ କହୁଛନ୍ତି ଫ୍ରାନ୍ସ ଓ ବାଂଲାଦେଶ ଭଳି ଏଠି ବି କ୍ଷମତା ପରିବର୍ତ୍ତନ ହେବ, ସେମିତି କିଛି ନାହିଁ। ବିନା କାରଣରେ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କର ନାହିଁ। ଏହାକୁ ଆହୁରି ଖରାପ କରିବାକୁ ଚେଷ୍ଟା କରନି ବୋଲି ପ୍ରକାଶ ଚେତାବନୀ ଦେଇଛନ୍ତି। ଏବଂ ବିଚାରପତିଙ୍କ ବୟସ ପଚାରିବାକୁ ନେଇ କଟାକ୍ଷ କରି ପ୍ରକାଶ କହିଛନ୍ତି , ଆପଣଙ୍କର ବୟସ କେତେ ? ବୟସ ଅନୁସାରେ କାମ କରନ୍ତୁ ଓ ଟିକେ ପରିପକ୍ୱତା ଦେଖାନ୍ତୁ। କାରଣ ଖେଳ ଆରମ୍ଭ ହୋଇସାରିଛି।