ଭୁବନେଶ୍ବର ୧୧।୬: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ । ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ, ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ହୋଇଥିଲା ସୌମ୍ୟଙ୍କ ମୃତ୍ୟୁ । ୨୧ ସ୍ଥାନରେ ଲାଗିଥିଲା ଗଭୀର ଆଘାତ । ମୁଣ୍ଡର ଆଗ, ପଛ ଓ ମଝିରେ ଲାଗିଥିଲା ଶକ୍ତ ଆଘାତ । ପ୍ରବଳ ମାଡ଼ ଯୋଗୁଁ ରକ୍ତ ଜମାଟ ବାନ୍ଧିବା ସହ ଆବୁ ଭଳି ଫୁଲି ଥିଲା । ରକ୍ତ ଜମାଟ ବାନ୍ଧି ଫୁସଫୁସ ଓ ହୃତପିଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ଆଘାତ ଯୋଗୁଁ ହୃତପିଣ୍ଡର ଉଭୟ ଭାଗରେ ଫ୍ଲୁଇଡ୍ ବ୍ଲଡ୍ ମିଳିଛି । ମୃତ୍ୟୁ ପୂର୍ବରୁ ସୌମ୍ୟ ଅଣନିଶ୍ବାସୀ ହୋଇଯାଇଥିଲେ ଏବଂ ଅତ୍ୟଧିକ କଷ୍ଟ ଯୋଗୁଁ ସେ ମୃତ୍ୟୁବରଣ କରିଥିବା ରିପୋର୍ଟରେ କୁହାଯାଇଛି ।

ଜାରି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ସୌମ୍ୟଙ୍କ ମୃତ୍ୟୁ ଗଭୀର ଆଘାତ ଯୋଗୁଁ ହୋଇଛି । ମୁଣ୍ଡ ଓ ମସ୍ତିଷ୍କରେ ଗଭୀର ଆଘାତ ହିଁ ମୃତ୍ୟୁର ମୁଖ୍ୟ କାରଣ । ମୃତକଙ୍କ ଶରୀରରେ ୨୧ଟି ବାହ୍ୟ ଆଘାତ ଚିହ୍ନ ମିଳିଛି । ଡାହାଣ ଆଖ୍ ଭ୍ରଲତା, ନାକ, ଥୋଡ଼ି, ମୁଣ୍ଡର ଡାହାଣ ପାର୍ଶ୍ବର, ବାମ କାନ୍ଧ, ପିଠି, ହାତ ଓ ଗୋଡ଼ରେ ବିଭିନ୍ନ ଆକାରର କଳା ଦାଗ ରହିଛି । ଡାହାଣ ହାତ, ବାମ ହାତରେ ଘୋଷଡ଼ା କ୍ଷତ ଚିହ୍ନ ରହିଛି । ମୁଣ୍ଡର ଚର୍ମ ଓ ଖପୁରୀ ତଳେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ସମ୍ମୁଖ, ପାର୍ଶ୍ଵ ପଶ୍ଚାତ ଭାଗରେ ରକ୍ତସ୍ରାବ ହୋଇଥିଲା । ଡାହାଣ ସେରେବ୍ରାଲ ହେମିସ୍ଫିୟରରଲୋବ୍‌ରେ ଅତ୍ୟଧିକ ରକ୍ତ ବାହାରି ଆଖପାଖ ଟିସୁକୁ ମାଡି ଯାଇଥିଲା ।

Also Read:- ବିବାହ ପାଇଁ ଜିଦି କରୁଥିଲା ପ୍ରେମିକା, ବୁଲିଯିବାକୁ ଡାକି ବାଇକ୍‌ରୁ ଠେଲି ମାରିଦେଲା ପ୍ରେମିକ

ସେହିପରି ନିଶା ଦ୍ରବ୍ୟ ସେବନ ଜାଣିବା ପାଇଁ ଭିସେରା, ରକ୍ତ, ପରିସ୍ରା ନମୁନା, ନଖ, ମୁଣ୍ଡ ବାଳ ଓ ରକ୍ତ ଭିଜା ଗଜ ସଂଗ୍ରହ କରି ପୋଲିସକୁ ହସ୍ତାନ୍ତର କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଇଛି । ମୂଳ ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ପୋଲିସକୁ ହସ୍ତାନ୍ତର କରାଯାଇଛି। ତେବେ ଭିସେରା ରିପୋର୍ଟ ଏପର୍ଯ୍ୟନ୍ତ ଜାରି ହୋଇନାହିଁ ।