ପୁରୀ ୧୭।୧୧ : ଖଜା ଭାଟିରେ ରେଡ୍ । ପୁରୀରେ ବିଭିନ୍ନ ଖଜା ଭାଟି ଉପରେ ପୋଲିସର ଚଢ଼ାଉ। ଖଜା ପ୍ରସ୍ତୁତିରେ ଅନିୟମିତତା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ତିଆରି ହେଉଥିବା ଅଭିଯୋଗକୁ ନେଇ ଏହି ଚଢ଼ାଉ କରାଯାଉଛି। ପୁରୀ ପୋଲିସ ଓ ମହାନଗର ନିଗମ କର୍ମଚାରୀଙ୍କ ମିଳିତ ଟିମ୍ ବିଭିନ୍ନ ଖଜା ଭାଟିରେ ଯାଞ୍ଚ କରୁଛି। ଖଜା ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ରକ୍ଷା କରାଯାଉଛି କି ନାହିଁ ଏବଂ ପ୍ରସ୍ତୁତି ପ୍ରକ୍ରିୟାରେ ନିୟମ ପାଳନ ହେଉଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଉଠିଥିବା ଅଭିଯୋଗ ପରେ ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାକୁ ନେଇ ଏବେ ଉଠିଛି ସ୍ୱଚ୍ଛତା ଓ ଗୁଣବତ୍ତାର ପ୍ରଶ୍ନ। ଖଜା ପ୍ରସ୍ତୁତି ସମୟରେ ଅନିୟମିତତା ହେଉଥିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ୍କୁ ଆସିଛି ପୁରୀ ପୋଲିସ ଓ ମହାନଗର ନିଗମ। ସହରର ବିଭିନ୍ନ ଖଜା ଭାଟି ଉପରେ ମିଳିତ ଭାବେ ଚଢ଼ାଉ କରି ଆରମ୍ଭ ହୋଇଛି ଯାଞ୍ଚ। ଖଜା ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ୱଚ୍ଛତା ଏବଂ ନିୟମ ପାଳନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗକୁ ଯାଞ୍ଚ କରୁଛି ଟିମ୍। ତେବେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ମାନ ଓ ପରିଚୟକୁ ନେଇ ଉଠିଥିବା ଏହି ପ୍ରଶ୍ନ ଭିତରେ ପ୍ରଶାସନର ଏହି ପଦକ୍ଷେପକୁ ନେଇ ବଢ଼ିଛି ଚର୍ଚ୍ଚା।

Also Read:-ଧରା ପଡିଲା ଲକ୍ଷେ ଟଙ୍କାର ଦାମୀ କାଠ : ଫେରାର ହୋଇଗଲେ ଚାଲାଣକାରୀ

ପୁରୀର ଖଜା କେବଳ ଏକ ମିଠା ନୁହେଁ, ବରଂ ଶ୍ରୀକ୍ଷେତ୍ରର ଏକ ପ୍ରସିଦ୍ଧ ପରିଚୟ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ, ପୁରୀର ଖଜା କିଣିବାକୁ ଅନେକଙ୍କ ମନରେ ଥାଏ ସ୍ୱତନ୍ତ୍ର ଆଗ୍ରହ। ଏହି ଖଜାର ସ୍ୱାଦ ଓ ଗୁଣବତ୍ତା ପାଇଁ ପୁରୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। କିନ୍ତୁ ଏବେ ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ। ଖଜା ତିଆରି ହେଉଥିବା କେତେକ ସ୍ଥାନରେ ସ୍ୱଚ୍ଛତା ରକ୍ଷା କରାଯାଉନଥିବା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ନେଇ ଅଭିଯୋଗ ଆସିଛି। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ।