ଆଠଗଡ଼ ୧୬।୦୫ : ଆକ୍ସନରେ ପୋଲିସ । ଦେଶୀ ମଦ ଭାଟି ଉପରେ ଖୁଣ୍ଟୁଣୀ ପୋଲିସର ଚଢାଉ । ଏହି ଚଢାଉରେ ବିପୁଳ ପରିମାଣର ମଦ ଜବତ ହୋଇଛି । ଏହାସହିତ ଜବତ ପୋଚକୁ ନଷ୍ଟ ମଧ୍ୟ କରାଯାଇଛି ।

ଖବର ଅନୁଯାୟୀ, କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଦେଶୀ ମଦ କୁଟୀର ଶିଳ୍ପ ପାଲଟିଛି । ବିଶେଷ କରି ଡାଳୁଆ, ସରସ୍ୱତୀପୁର, ଖଣ୍ଡୁଆଳି ପାର୍ଶ୍ୱବର୍ତ୍ତୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଗୁଡ଼ିକରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହଜାର ହଜାର ଲିଟର ଦେଶୀ ମଦ ରନ୍ଧା ଯାଇ ଚୋରା ଚାଲାଣ କରାଯାଉଛି । ନିଶା ଦ୍ରବ୍ୟ କାରବାରକୁ ବନ୍ଦ କରିବା ନେଇ ଆକ୍ସନମୋଡକୁ ଆସିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ତଥା ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢାଉ ହୋଇଛି । ତିଗିରିଆ ପୋଲିସ ପକ୍ଷରୁ ଡାଳୁଆ, ସରସ୍ୱତୀପୁର ନିକଟ ଜଙ୍ଗଲ ପାଖ ଅଞ୍ଚଳରେ ଚୋରାରେ ରନ୍ଧା ହେଉଥିବା ଦେଶୀ ମଦ ଭାଟିରେ ଚଢାଉ। ଏହି ଚଢାଉରେ ବିପୁଳ ପରିମାଣରେ ଗୁଡ ପୋଚ ଜବତ କରି ଘଟଣାସ୍ଥଳରେ ନଷ୍ଟ କରିଥିବା ବେଳେ ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଆସବାସପତ୍ରକୁ ଜବତ କରାଯାଇଛି।

Also Read:-ପ୍ରେମିକକୁ ଧୋକା ଦେଇ ଅନ୍ୟତ୍ର ନିର୍ବନ୍ଧ କଲେ ପ୍ରେମିକା ; ପ୍ରଥମ ଥରେ ବିଫଳ, ଦ୍ବିତୀୟ ଆଟେମ୍ପ୍ଟରେ ମାରିଦେଲେ