ନିଶ୍ଚିନ୍ତକୋଇଲି ୧୩।୦୮ : କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଗଣ ଦୁଷ୍କର୍ମ ମାମଲା । ୫ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଶୁକରପଡା ପୂର୍ତ୍ତ ବିଭାଗର ଡାକବଙ୍ଗଳା ଓ ଏକ ତେଲ ଟାଙ୍କି ନିକଟରେ ଏହି ଘଟଣା ଘଟିଛି।

ବିଳମ୍ବିତ ରାତିରେ କାର୍ ଭିତରେ ବିଶ୍ରାମ ନେଉଥିଲେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ । ହଠାତ୍ କାରକୁ ଘେରି ଯାଇଥିଲେ କିଛି ଯୁବକ। ଡୋର୍ ଖୋଲିବାକୁ ଧମକ ଦେଲେ। କବାଟ ନଖାଲିବାରୁ ଚିମୁଟାରେ ତାଡ଼ି କାର୍ କାଚ ଭାଙ୍ଗି ଦେଇଥିଲେ। ଏହାସହ ପୁରୁଷ ବନ୍ଧୁଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ଯୁବତୀଙ୍କୁ କାର୍ ଭିତରୁ ଟେକିନେଇଥିଲେ ଦୁର୍ବୃତ୍ତ। ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କୁ ଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ଛାଡ଼ି ଦେଇ ଚାଲି ଯାଇଥିଲେ। ବୁଧବାର ଭୋରରୁ ପୀଡ଼ିତାଙ୍କ ଚିତ୍କାର ଶୁଣି କିଛି ଲୋକ ଘଟଣାସ୍ଥଳକୁ ଯିବା ପରେ ତାଙ୍କୁ ଉଦ୍ଧାର କରିଥିଲେ ।

Also Read:-ଶଣ୍ଢୁଆସିରେ କାର୍ କାଚ ଭାଙ୍ଗି ପୁରୁଷ ବନ୍ଧୁଙ୍କୁ ନିର୍ଧୁମ ଛେଚିଲେ, ଯୁବତୀଙ୍କୁ ଟେକିନେଲେ ପରିତ୍ୟକ୍ତ ଘରେ ଦୁଷ୍କର୍ମ

ସେହିପରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତତ୍କାଳ ଅଭିଯାନ ଆରମ୍ଭ କରିଥିଲା। ଏଭଳି ଲଜ୍ଜାଜନକ ଘଟଣାରେ ଆକ୍ସନ୍ ମୋଡକୁ ଆସିଛି କଟକ ଗ୍ରାମାଞ୍ଚଳ ପୁଲିସ। ଏସ୍ ପି ବିନୀତ ଅଗ୍ରୱାଲ ନିଜେ ଘଟଣାସ୍ଥଳକୁ ଯାଇ ଯଞ୍ଚ କରିଥିଲେ। ଅତିରିକ୍ତ ଏସ୍ ପି, ଡିଏସ୍ ପି, ବିଭିନ୍ନ ଥାନାର ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ କରାଯାଇଥିଲା । ତଦନ୍ତର ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ଯୁବତୀଙ୍କ ଘର କେନ୍ଦ୍ରାପଡା ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କ ଘର ନୟାଗଡ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।