ଭୁବନେଶ୍ୱର ୨୨।୧୦ :  ଦୁର୍ଘଟଣାରେ ୨ ଯୁବ ଆଥଲେଟ ମୃତ । ଓଡ଼ିଶାର ୨ ଯୁବ ଆଥଲେଟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଥଲେଟ୍‌ ଜୟରାମ ଦଣ୍ଡପାଟ ଓ ମଳୟ ବାରିକଙ୍କର ମୃତ୍ୟୁ ହୋଇଯାଇଛି । କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ପାଖରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଉଭୟ ଆଥଲେଟ୍‌ ଏକ ବୁଲେଟ୍ ମୋଟର ସାଇକେଲ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Also Read:-ପୁରୀରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୋଲିସ ଉପରେ ଆକ୍ରମଣ ଅଭିଯୋଗ

ସେପଟେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ହେପାଜତକୁ ନେବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଥିବା ଜଣାପଡ଼ିଛି। ଦୁଇ ଜଣ ଯୁବ କ୍ରୀଡ଼ାବିତ୍‌ଙ୍କ ଏଭଳି ଅକାଳ ବିୟୋଗ କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେମାନଙ୍କ ଅକାଳ ବିୟୋଗରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।