ବ୍ରହ୍ମପୁର ୨୫।୦୫ : ବ୍ରହ୍ମପୁରରେ ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଥିବା ବେଳେ ଆକ୍ସନ୍ ମୋଡରେ ପୋଲିସ୍। ୯ ଦିନରେ ପୋଲିସ ୩ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ଏନକାଉଣ୍ଟର କରିଥିଲା ପୋଲିସ । କୀର୍ତ୍ତିପୁର ଠାରେ ଏନକାଉଣ୍ଟର କରିଥିଲା ପୋଲିସ । ଦିପୁନାନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହାପରେ ୨୦ ତାରିଖରେ ବ୍ରହ୍ମପୁର ଗିରିରୋଡରେ ଉମେଶ ରଥଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ୍ । ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘାଟିଠାରେ ମୁକେଶକୁ ପୋଲିସ ଗୋଡ଼ାଇ ଗୋଡାଇ ଏନକାଉଣ୍ଟର କରିଥିଲା । ଆଉ ଏବେ ଆଜି ଭୋରରୁ ବ୍ରହ୍ମପୁର ଅମ୍ବିକା ନଗରରେ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ଜଗା ସାହୁକୁ ପୋଲିସ୍ କରିଛି ଏନକାଉଣ୍ଟର ।

ବ୍ରହ୍ମପୁର ଅମ୍ବିକା ନଗରରେ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ଜଗା ସାହୁକୁ ପୋଲିସର ଏନକାଉଣ୍ଟର। ରବିବାର ରାତିରେ ଅମ୍ବିକା ନଗରରେ ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ ଅପରାଧୀମାନେ ଅତି ନିର୍ମମ ଭାବରେ ହାଣିଥିଲେ। ଏହାର ଭିଡିଓ ଭାଇରାଲ ହେବାର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତର ଦୁଇ ଆଣ୍ଠୁରେ ଗୁଳି ବାଜିଛି । ଅଭିଯୁକ୍ତ ଜଗା ଫେରାର ଥିଲା।

Also Read :- Heat Wave Alert : ଆହୁରି ୪ ଦିନ ଜଳିବ ତାତି, ୨୯ରୁ କାଳବୈଶାଖୀ ଆଣିପାରେ ଆଶ୍ୱସ୍ତି

ତେବେ ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୋଲିସ ଟିମ ଚଢ଼ାଉ କରିଥିଲା। ପୋଲିସ ଟିମ ପହଂଚିବା ପରେ ଜଗା ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି। ତାକୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏହାସହିତ ପୋଲିସ ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି ।