ଭଦ୍ରକ: ବିଭିନ୍ନ ଉପାୟରେ କରୁଥିଲେ ସାଇବର ଠକେଇ। ଆଉ ଏହି ଠକେଇ ଟଙ୍କାଙ୍କୁ ବିଭିନ୍ନ ଉପାୟରେ କରୁଥିଲେ ବିନିଯୋଗ। ଏଭଳି କରି ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଭଦ୍ରକ ଜିଲ୍ଲା ସାଇବର୍ କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା। ଏହା ସହ ଏହି ମାମଲାରେ ତିନି ଜଣକୁ ଗିରଫ କରାଯାଇଛି। ଗିରଫଙ୍କ ନାଁ ଏନାୟତ୍ କାଦ୍ରୀ, ସେହବାଜ୍ କାଦ୍ରୀ ଓ ଏମଡି ଫରହାନ ଖାନ୍।

ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରାଙ୍କ ସୂଚନା ଅନୁସାରେ, ସାଇବର ଠକେଇ ପାଇଁ ଦେଶ ସାରା ଏମାନଙ୍କର ଏଜେଣ୍ଟ ଥିଲେ। ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ, ଏଟିଏମ୍ କାର୍ଡ ତଥ୍ୟ, ଇଣ୍ଟରନେଟ ବ୍ୟାଙ୍କିଂର ତଥ୍ୟକୁ ଚୋରି କରି ଠକୁଥିଲେ। ଆଉ ବିଭିନ୍ନ ଉପାୟରେ ଏମାନେ ଠକେଇ ଟଙ୍କାକୁ ବିନିଯୋଗ କରିଥିଲେ । ତେବେ ଏହି ତଥ୍ୟ ଆଧାରରେ ପୋଲିସ ଗ୍ୟାଙ୍ଗ ନିକଟରେ ପହଞ୍ଚିଥିଲା ।

Also Read: ବଡ଼ଧରଣର ଜୁଆ ନେଟ୍ଓ୍ୱର୍କରେ ପର୍ଦ୍ଦାଫାଶ, ଦୁଇ ମାଫିଆଙ୍କ ଘରେ ଚଢାଉ, ଜବତ ହେଲା ୧୦ ଲକ୍ଷ ଟଙ୍କା

ଅବଶ୍ୟ ଏବେବି ମାଷ୍ଟରମାଇଣ୍ଡ ଧରାପଡ଼ିନାହିଁ। ପୋଲିସ ତାକୁ ଧରିବାକୁ ଚେଷ୍ଟା ଜାରି ରଖିଛି। ତେବେ ଗିରଫ ତିନି ଜଣଙ୍କ ନିକଟରୁ ଦାମୀ ବାଇକ, ନଗଦ ୨ ଲକ୍ଷ ଟଙ୍କା ସୁନା, ପ୍ରି ଆକ୍ଟିଭ ସିମ୍, ବ୍ୟାଙ୍କ୍ ପାସବୁକ୍ , ଚେକ୍ ବହି ଓ ଏଟିଏମ୍ ସହ ବହୁ ଠକେଇ ସାମଗ୍ରୀ ଜବତ୍ ହୋଇଛି।