ଭଦ୍ରକ ୯।୧୧: ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପାରେ ପୋଲିସର ପୋଷ୍ଟରକୁ ନେଇ ବିବାଦ ଆରମ୍ଭ ହୋଇଛି । ଥାନାରେ ଅଭିଯୋଗ ସହ ଥାନା ଅଧିକାରୀଙ୍କ ବଦଳି ଦାବିରେ ଥାନାରେ ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କାଳୀପୂଜା ଅବସରରେ ଶ୍ରଦ୍ଧାଳୁଙ୍କୁ ସଚେତନ କରିବା ନେଇ ଅପରାଧୀଙ୍କ ଫଟୋ ଓ ନାମ ଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ଏହି ପୋଷ୍ଟରରେ ଚୋରି ଓ ଛିନ୍ତାଇ କରୁଥିବା ଅପରାଧୀଙ୍କ ନାମ ଓ ଫଟୋ ଦିଆଯାଇଥିବା ବେଳେ ଜନୈକ ଯୁବକଙ୍କ ଫଟୋକୁ ଭୁଲ୍ ଦର୍ଶାଇ ସହରାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ତେବେ ଥାନା ଅଧିକାରୀଙ୍କ ବଦଳି ଦାବି କରିବା ସହ ଥାନା ଅଧିକାରୀଙ୍କ ଚ୍ୟାମ୍ୱରରେ ପାଟିତୁଣ୍ଡ ହୋଇଥିଲା ।

Also Read:- ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି : ଛାତ୍ରଛାତ୍ରୀ ସଫା କରୁଛନ୍ତି ଟଏଲେଟ୍, ମାଜୁଛନ୍ତି ବାସନ !

ଅଭିଯୋଗକାରୀ ଓ ତାଙ୍କ ସମର୍ଥକଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିବା ବେଳେ ଥାନା ଅଧିକାରୀ କହିଛନ୍ତି ଯେ, ଯୁବକଙ୍କ ନାମରେ ୪ଟି ମାମଲା ରହିଛି । ଛିନ୍ତାଇ ପୋଷ୍ଟରରେ ଭୁଲ୍ ବଶତଃ ଫଟୋ ଥିବା ଜାଣିବା ପରେ ଆମେ ପୋଷ୍ଟର ବଦଳାଇ ଦେଇଛୁ । କିନ୍ତୁ ସେମାନେ ପୋଲିସକୁ ବାଧା ଦେଇଥିଲେ ।