ନୂଆଦିଲ୍ଲୀ: ମେମୋରି ଚିପ୍ ପାଇଁ ସ୍ମାର୍ଟଫୋନ କମ୍ପାନୀଗୁଡ଼ିକର ମୂଲ୍ୟ ବଢ଼ୁଥିବା ବେଳେ ବର୍ତ୍ତମାନ କମ୍ପାନୀଗୁଡିକ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ପୋକୋ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ନିଜର X ସିରିଜ୍କୁ ଆହୁରି ଲୋକପ୍ରିୟ କରାଇବା ପାଇଁ ଦୁଇଟ ସ୍ମାର୍ଟଫୋନ୍ ଲଞ୍ଚ କରିଛି।

ଗୋଟିଏ ହେଲା ପୋକୋ ଏକ୍ସ ୮ ପାୱାର(POCO X8 Power) ଏବଂ ଅନ୍ୟଟି ପୋକୋ ଏକ୍ସ୮(POCO X8)। ଏହି ଦୁଇ ଫୋନ୍ର ସବୁଠାରୁ ଆକର୍ଷଣର ଫିଚର୍ସ ହେଉଛି ବିଶାଳ ବ୍ୟାଟେରି। ଉଭୟ ଫୋନ୍ ମିଡ୍-ରେଞ୍ଜ୍ ସେଗମେଣ୍ଟକୁ ଟାର୍ଗେଟ୍ କରୁଛି। ତେବେ X8 Powerରେ ବ୍ୟାଟେରୀ ଓ ଡ୍ୟୁରାବିଲିଟି ଉପରେ ଅଧିକ ଫୋକସ୍ ଦିଆଯାଇଛି। ଅନ୍ୟପଟେ, ଷ୍ଟାଣ୍ଡାର୍ଡ POCO X8ରେ ବଡ଼ ବ୍ୟାଟେରୀ ସହିତ ଡିସ୍‌ପ୍ଲେ, କ୍ୟାମେରା ଓ ପରଫର୍ମାନ୍ସର ଏକ ବାଲାନ୍ସ ପ୍ୟାକେଜ୍ ଦିଆଯାଇଛି।

POCO X8 ଓ X8 Powerର ଦାମ

ଭାରତରେ POCO X8ର ପ୍ରାରମ୍ଭିକ ଦାମ ୨୯,୯୯୯ ଟଙ୍କା ରଖାଯାଇଛି। ସେହିପରି POCO X8 Powerର ଦାମ ୩୫,୯୯୯ ଟଙ୍କା ରହିଛି। ଲଞ୍ଚ ଅଫରରେ ଗ୍ରାହକଙ୍କୁ ୨ ହଜାର ଟଙ୍କାର କୁପନ୍ ଡିସକାଉଣ୍ଟ ସହିତ ୧୦୦୦ ଟଙ୍କାର ବ୍ୟାଙ୍କ ଅଫର କିମ୍ବା ଏକ୍ସଚେଞ୍ଜ୍ ବୋନସ୍ ମିଳିପାରିବ। ଏହା ଫଳରେ POCO X8ର ଇଫେକ୍ଟିଭ୍ ଦାମ ୨୬,୯୯୯ ଟଙ୍କା ଏବଂ X8 Powerର ଇଫେକ୍ଟିଭ୍ ଦାମ ୩୨,୯୯୯ ଟଙ୍କାକୁ ଆସିପାରେ।

ଉଭୟ ଫୋନର ବିକ୍ରି ୧୧ ସେପ୍ଟେମ୍ବର ୨୦୨୬ରେ ଆରମ୍ଭ ହେବ। କେବଳ ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନ ବିକିବ କମ୍ପାନୀ। ଫୋନ କିଣିବା ପାଇଁ ଗ୍ରାହକଙ୍କ ପାଇଁ ୧୨ ମାସର ନୋ-କଷ୍ଟ EMI ସୁବିଧା ମଧ୍ୟ ରହିଛି।

POCO X8 Powerରେ ୧୦,୦୦୦mAh ବ୍ୟାଟେରୀ

POCO X8 Powerର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବ୍ୟାଟେରୀ। ଫୋନ୍ରେ ୧୦,୦୦୦mAhର ସିଲିକନ୍-କାର୍ବନ୍ ବ୍ୟାଟେରୀ ଦିଆଯାଇଛି। ସ୍ମାର୍ଟଫୋନ୍ ବଜାରରେ ଏହା ଏକ ବହୁତ ବଡ଼ ବ୍ୟାଟେରୀ ପାୱାର ନିଶ୍ଚିୟ। ଏଥିରେ ୧୦୦ ୱାଟର ହାଇପର ଚାର୍ଜର ସପୋର୍ଟ ମିଳୁଛି। ଏହା ସହିତ ଫୋନ୍ରୁ ଅନ୍ୟ ଡିଭାଇସ୍କୁ ସର୍ବାଧିକ ୨୭ୱାଟ୍ର ୱାୟାର୍ଡ ରିଭର୍ସ ଚାର୍ଜିଂ କରାଯାଇପାରିବ। ବଡ଼ ବ୍ୟାଟେରୀ ଯୋଗୁ ଫୋନର ଓଜନ ୨୨୯ ଗ୍ରାମ୍ ଏବଂ ମୋଟେଇ ୮.୬୫ଏମଏମ ରହିଛି।

୬.୮୩-ଇଞ୍ଚ୍ ୧.୫କେ ଆମୋଲେଡ୍ ଡିସ୍‌ପ୍ଲେ

POCO X8 Powerରେ ୬.୮୩-ଇଞ୍ଚ୍ ଫ୍ଲାଟ୍ ୧.୫କେ ଆମୋଲେଡ୍ ଡିସପ୍ଲେ ଦିଆଯାଇଛି। ଏଥିରେ ୧୨୦ ହର୍ଟ୍ସର ରିଫ୍ରେଶ୍ ରେଟ୍, ଏଚଡିଆର ୧୦+ ଏବଂ ଡଲ୍‌ଭି ଭିଜନ ସପୋର୍ଟ ରହିଛି। ଡିସପ୍ଲେର ପିକ୍ ବ୍ରାଇଟନେସ୍ ୩,୫୦୦ ନିଟ୍ସ ପର୍ଯ୍ୟନ୍ତ ଯାଇପାରେ। ଗେମ୍ ଟର୍ବୋ ମୋଡ୍‌ରେ ଏହା ୩,୨୦୦ ହର୍ଟ୍ସର ଟଚ୍ ସାମ୍ପଲିଂ ରେଟ୍ ସପୋର୍ଟ କରେ। ଏଥିରେ ୱେଟ୍ ଟଚ୍ ୨.୦ ଏବଂ ଟିୟୁଭି ଟ୍ରିପଲ ଆଇ ପ୍ରୋଟେକ୍ସନ ଭଳି ଫିଚର୍ ମଧ୍ୟ ରହିଛି। ସ୍କ୍ରିନ୍କୁ ସୁରକ୍ଷା ଦେବା ପାଇଁ କର୍ଣ୍ଣିଂ ଗରିଲା ଗ୍ଲାସ୍ ଭିକ୍ଟସ ୨ ବ୍ୟବହାର କରାଯାଇଛି।

Snapdragon ପ୍ରୋସେସର ଓ 12GB RAM

POCO X8 Powerରେ ସ୍ନାପଡ୍ରାଗନ 6 Gen 5 ମୋବାଇଲ ପ୍ଲାଟଫର୍ମ ଦିଆଯାଇଛି। ଏହା ସହିତ ସର୍ବାଧିକ ୧୨ଜିବି LPDDR5X ରାମ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳୁଛି। ୧୨୮ଜିବି ଭାରିଆଣ୍ଟରେ ୟୁଏଫ୍ଏସ୍ ୨.୨ ଷ୍ଟୋରେଜ୍ ଥିବା ବେଳେ ଉଚ୍ଚ ଷ୍ଟୋରେଜ୍ ଭାରିଆଣ୍ଟରେ ଦ୍ରୁତ ୟୁଏଫ୍ଏସ୍ ୪.୧ ଷ୍ଟୋରେଜ୍ ଦିଆଯାଇଛି। ଫୋନ୍ରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା, ଷ୍ଟେରିଓ ସ୍ପିକର୍ ଏବଂ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି।

ଡ୍ୟୁରାବିଲିଟିରେ ମଧ୍ୟ ଜୋର

POCO X8 Powerକୁ ଅଧିକ ମଜବୁତ କରିବା ଉପରେ କମ୍ପାନୀ ଗୁରୁତ୍ୱ ଦେଇଛି। ଫୋନରେ IP66, IP68, IP69 ଏବଂ IP69K ରେଟିଂ ଦିଆଯାଇଛି। ଏଥିସହିତ ପୋକୋ ଏହାକୁ ଟାଇଟନ କ୍ୱାଲିଟି ଭାବେ ପ୍ରମୋଟ୍ କରିଛି ଏବଂ SGS ଓ TÜVର ଡବଲ ପାଇବ୍ ଷ୍ଟାର କ୍ୱାଲିଟି ସାର୍ଟିଫିକେସନ ଦିଆଯାଇଛି। ସଫ୍ଟୱେର୍ କ୍ଷେତ୍ରରେ ଫୋନ୍ଟି  Android 16 ଆଧାରିତ Xiaomi HyperOS 3ରେ ଚାଲିବ। କମ୍ପାନୀ 4ଟି ଓଏସ୍ ଅପଗ୍ରେଡ୍ ଏବଂ ୬ ବର୍ଷର ସିକ୍ୟୁରିଟି ପ୍ୟାଚ୍ ଦେବାକୁ ପ୍ରତିଶ୍ରୁତି ଦେଇଛି।

POCO X8ରେ 9,000mAh ବ୍ୟାଟେରୀ

POCO X8ରେ ମଧ୍ୟ ବଡ଼ ୯,୦୦୦ ଏମଏଏଚ୍ ସିଲିକନ୍-କାର୍ବନ୍ ବ୍ୟାଟେରୀ ଦିଆଯାଇଛି। ଏଥିରେ ୬୭ୱାଟ୍ର ହାଇପରଚେଞ୍ଜ୍ ଏବଂ ୨୨.୫ୱାଟର ୱାୟାର୍ଡ ରିଭର୍ସ ଚାର୍ଜିଂ ସୁବିଧା ରହିଛି। X8 Power ତୁଳନାରେ ଏହି ଫୋନ୍ ସାମାନ୍ୟ ହାଲୁକା ଓ ପତଳା। ଏହାର ଓଜନ ୨୨୬ ଗ୍ରାମ୍ ଏବଂ ମୋଟେଇ ୮.୬ଏମଏମ।

POCO X8ରେ Snapdragon 6 Gen 4

POCO X8ରେ Snapdragon 6 Gen 4 ପ୍ରୋସେସର ବ୍ୟବହାର କରାଯାଇଛି। ଏଥିରେ 8GB LPDDR4X ରାମ ଏବଂ ସର୍ବାଧିକ ୨୫୬ଜିବି ଷ୍ଟୋରେଜ୍ ମିଳୁଛି। ୨୫୬ଜିବି ଭାରିଆଣ୍ଟରେ ୟୁଏଫଏସ୍ ୩.୧ ଷ୍ଟୋରେଜ୍ ଥିବା ବେଳେ ୧୨୮ ଜିବି ଭାରିଆଣ୍ଟରେ ୟୁଏଫ୍ଏସ୍ ୨.୨ ଷ୍ଟୋରେଜ୍ ଦିଆଯାଇଛି।

୫୦ ମେଗା ପିକ୍ସେଲ୍ ଓଆଇଏସ୍ କ୍ୟାମେରା

କ୍ୟାମେରା ବିଭାଗରେ POCO X8ର ରିୟର ସାଇଡ୍ରେ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଦିଆଯାଇଛି। ଏଥିରେ ଓଆଇଏସ ଅର୍ଥାତ୍ ଅପଟିକାଲ ଇମେଜ୍ ଷ୍ଟାବଲାଇଜେସନ ସପୋର୍ଟ ରହିଛି। ଏହା ସହିତ ୨ ମେଗାପିକ୍ସେଲର ଡେପ୍ଥ ସେନ୍ସର ରହିଛି। ସେଲ୍ଫି ଓ ଭିଡିଓ କଲିଂ ପାଇଁ ଫୋନ୍ରେ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି।

X8ରେ ମଧ୍ୟ ମଜବୁତ ବଡି

POCO X8ରେ ମଧ୍ୟ 1.5K AMOLED ଡିସ୍‌ପ୍ଲେ ଏବଂ Gorilla Glass Victus 2 ସୁରକ୍ଷା ଦିଆଯାଇଛି। ଏହା ସହିତ IP66, IP68, IP69 ଓ IP69K ରେଟିଂ ରହିଛି। ଫୋନରେ Titan Quality branding ଏବଂ SGS ଓ TÜV Double Five-Star Quality Certification ମଧ୍ୟ ଦିଆଯାଇଛି। ଏଥିରେ ମଧ୍ୟ Xiaomi HyperOS 3 ରହିଛି ଏବଂ X8 Power ଭଳି ସମାନ ସଫ୍ଟୱେର୍ ସପୋର୍ଟ ମିଳିବ।

କାହା ପାଇଁ ଭଲ POCO X8 ସିରିଜ୍?

ଯେଉଁ ୟୁଜର୍ମାନେ ବଡ଼ ଆମୋଲେଡ୍ ଡିସପ୍ଲେ, ଦୀର୍ଘ ବ୍ୟାଟେରୀ ବ୍ୟାକଅପ୍ ଏବଂ ଭଲ ମଲ୍ଟିମିଡିଆ ଅନୁଭୂତି ଚାହୁଁଛନ୍ତି, ସେମାନଙ୍କ ପାଇଁ POCO X8 ସିରିଜ୍ ଆକର୍ଷଣୀୟ ବିକଳ୍ପ ହୋଇପାରେ। ବିଶେଷକରି ୧୦,୦୦୦ଏମଏଏଚ୍ ବ୍ୟାଟେରୀ ଓ ୧୦୦ୱାଟର ଚାର୍ଜିଂ ଯୋଗୁ X8 Power ସେହି ୟୁଜର୍ମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରେ, ଯେଉଁମାନେ ବାରମ୍ବାର ଫୋନ୍ ଚାର୍ଜ କରିବାକୁ ଚାହୁଁନାହାନ୍ତି।

ଅନ୍ୟପଟେ, ୨୯,୯୯୯ ଟଙ୍କାର ଆରମ୍ଭିକ ଦାମ ଏବଂ ଲଞ୍ଚ ଅଫର ପରେ ୨୬,୯୯୯ ଟଙ୍କାର ଇଫେକ୍ଟିଭ୍ ଦାମରେ POCO X8 ମିଡ୍-ରେଞ୍ଜ୍ ସେଗମେଣ୍ଟରେ ଏକ ଆକର୍ଷଣୀୟ ଅଲ୍-ରାଉଣ୍ଡର୍ ଭାବେ ନଜରକୁ ଆସୁଛି।

OnePlus Nord CE6 ସହିତ ମୁକାବିଲା

POCO X8 Powerର ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ OnePlus Nord CE6କୁ ଦେଖାଯାଇପାରେ। ୱାନପ୍ଲିସ୍ ଫୋନ୍ରେ ୮,୦୦୦mAh ବ୍ୟାଟେରୀ ଥିବା ବେଳେ ଏଥିରେ ଅଧିକ ଶକ୍ତିଶାଳୀ Snapdragon 7s Gen 4 ପ୍ରୋସେସର ମିଳୁଛି। ତେବେ X8 Powerର ୧୦,୦୦୦mAh ବ୍ୟାଟେରୀ ଏବଂ କମ୍ ଇଫେକ୍ଟିଭ୍ ଲଞ୍ଚ ପ୍ରାଇସ୍ ବ୍ୟାଟେରୀକୁ ପ୍ରାଥମିକତା ଦେଉଥିବା ଗ୍ରାହକଙ୍କୁ ଆକର୍ଷିତ କରିପାରେ।

ମୋଟାମୋଟି କହିବାକୁ ଗଲେ ବଡ଼ ବ୍ୟାଟେରୀ, AMOLED ଡିସ୍ପ୍ଲେ, ଫାଷ୍ଟ ଚାର୍ଜିଂ ଓ ଡ୍ୟୁରେବିଲିଟି ଉପରେ ଫୋକସ୍ କରି POCO X8 ସିରିଜ୍ ଭାରତୀୟ ମିଡ୍-ରେଞ୍ଜ୍ ସ୍ମାର୍ଟଫୋନ୍ ବଜାରରେ ଏକ ନୂଆ ବିକଳ୍ପ ଭାବେ ଆସିଛି।