ଶ୍ରୀନଗର, ୨୬।୧୧ : ଜମ୍ମୁ-କାଶ୍ମୀରରେ ଏବେ ୬୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରେ ୩୫ ଆତଙ୍କୀ ଲସ୍କର-ଏ-ତୋଇବା (ଏଲଇଟି) ଏବଂ ୨୫ ଆତଙ୍କୀ ଜୈଶ-ଏ-ମହମ୍ମଦ (ଜେଇଏମ୍) ସହ ଜଡ଼ିତ। ଅର୍ଥାତ ୬୦ ଆତଙ୍କବାଦ ଏହି ଦୁଇ ସଙ୍ଗଠନର। ବାକି ୫ ଆତଙ୍କବାଦୀ ଅନ୍ୟ ନିଷିଦ୍ଧ ସଙ୍ଗଠନ ସହ ଜଡ଼ିତ ବୋଲି ରିପୋର୍ଟ ଜଣାପଡ଼ିଛି।

ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରରେ ଏବେ ଜଣେ ବି ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି। ନଭେମ୍ବର ୧୮ରେ କୁଲଗାମରେ ଶେଷ ସ୍ଥାନୀୟ ଆତଙ୍କୀ ନିହତ ହୋଇଥିଲା। ଏହାର ୩ ଦିନ ପରେରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ଯ କହିଥିଲେ ଯେ, ଉପତ୍ୟକାରେ ଜଣେ ବି ସ୍ଥାନୀୟ ଆତଙ୍କୀ ସକ୍ରିୟ ନାହାନ୍ତି।

Also Read :- ଅପରେସନ ସିନ୍ଦୂର ବେଳେ ଭାରତ ଉପରେ ନଜର ରଖିଥିଲା ଚୀନ୍ ସାଟେଲାଇଟ୍ ! ପାକିସ୍ତାନକୁ ଆଗୁଆ ଦେଉଥିଲା ତଥ୍ୟ

ଏଲ୍ଇଟି ଏବଂ ଜେଇଏମ୍ ଭାରତରେ ୨୦୦୧ ସଂସଦ ଆକ୍ରମଣ, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ, ୨୦୧୯ରେ ପୁଲଓ୍ବାମା ଆକ୍ରମଣରେ ସହ ଜଡ଼ିତ। ଏହି ଆତଙ୍କୀ ସଙ୍ଗଠନ ଏଲଓସି ଦେଇ ଆତଙ୍କୀଙ୍କୁ ଅନୁପ୍ରବେଶ କରାଉଛନ୍ତି। ୨୦୨୪ରୁ ଏପର୍ଯ୍ୟନ୍ତ ୫୪୮ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪୫ ଯବାନ ସହିଦ ହୋଇଛନ୍ତି ଏବଂ ୧୩୮ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।