ନୂଆଦିଲ୍ଲୀ, ୦୨/୧୦ :ଏବେ ସାରା ବିଶ୍ୱରେ କେବଳ ଗୋଟିଏ ନାଁ । ତାହା ହେଲା ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ନାମ । କାରଣ ସେ ହାଇଜ୍ୟାକ୍ ହେବାକୁ ଯାଉଥିବା ବିମାନରେ ଦେଖାଇଛନ୍ତି ସାହସିକତା । କଠୋରପନ୍ଥୀ କୋ ପାଇଲଟଙ୍କ ଦାଉରୁ ଶହ ଶହ ନୀରିହ ନାଗରିକଙ୍କ ଜୀବନ ରକ୍ଷା କରିଛନ୍ତି । ତେବେ ସ୍ମିତଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ଲାଏଦୁବାଇର ପାଇଲଟ ସ୍ମିତଙ୍କ ସାହସିକତା ପାଇଁ ମୋଦୀ ପ୍ରଶଂସା କରିବା ସହ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

କ୍ୟାପ୍ଟେନ୍ ସ୍ମିତ୍ ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଫ୍ଲାଏ ଦୁବାଇର ଏଫଜେଡ୍୧୦୭୩ବିମାନ ଉଡାଉଥିଲେ । ଏହି ସମୟରେ କୋ ପାଇଲଟ୍ ବିମାନକୁ କ୍ରାଶ୍ କରିବାକୁ ଚେଷ୍ଟା କରିଥିଲେ । ବିମାନଟି ମଧ୍ୟ ହଠାତ ହଜାର ଫୁଟ୍ ତଳକୁ ଆସି ଯାଇଥିଲା । ଏପରିକି କକପିଟରେ ଉଭୟ ପାଇଲଟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

Also Read :- Smith Machchhar: ହମଲା ପରେ ରକ୍ତାକ୍ତ ଅବସ୍ଥାରେ ଭାରତୀୟ ପାଇଟଲ ସ୍ମିତ୍‌ କଣ କହିଥିଲେ, ସାମ୍ନାକୁ ଆସିଲା ପ୍ରଥମ ଭିଡିଓ

ରକ୍ତାକ୍ତ ହୋଇ ମଧ୍ୟ ମାନିଲେନି ହାର୍

ଏହି ଆକ୍ରମଣରେ ସ୍ମିତ୍ ଗୁରୁତର ହୋଇଥିଲେ । ତଥାପି କଠୋରପନ୍ଥୀ କୋ ପାଇଲଟଙ୍କୁ ଛାଡିନଥିଲେ । ଗୁରୁତର ହୋଇ ମଧ୍ୟ କକପିଟର କବାଟ ଖୋଲିବାକୁ ପ୍ରୟାସ କରିଥିଲେ । ଏହାପରେ ଆଗରେ ବସିଥିବା ଯାତ୍ରୀ ଏବଂ କ୍ରୁ ସଦସ୍ୟ କକପିଟରେ ପହଁଚି ଆକ୍ରମଣକାରୀ ପାଇଲଟକୁ କାବୁ କରିଥିଲେ ।

ବିମାନରେ ଥିବା ଦୁଇ ଜଣ ଅଫ୍ ଡ୍ୟୁଟି ପାଇଲଟ୍ ମଧ୍ୟ କକପିଟରେ ପହଁଚି ବିମାନକୁ ସମ୍ଭାଳିଥିଲେ । ଏହାପରେ ବିମାନକୁ ସାଉଦି ଆରବ ତବୁକ ବିମାନବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା । ଘଟଣା ପରେ ସ୍ମିତଙ୍କ ସାହସିକତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସମେତ ଅନେକ ପ୍ରଶଂସା କରିଥିଲେ ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସ୍ମିତ୍ ନିଜ ଜୀବନକୁ ଖାତିର ନକରି ସାହସିକତା ପ୍ରଦର୍ଶନ କରିଥିଲେ । ଏହାସହ୯-୧୧ଭଳି ଆକ୍ରମଣକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଗୁଜୁରାଟ ସରକାର ମଧ୍ୟ ତାଙ୍କୁ ବିଶିଷ୍ଟ ଗୁଜୁରାଟ ଗରିମା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।