ନୂଆଦିଲ୍ଲୀ,୧।୧୦: ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇର ବିମାନ କ୍ରାସ ହେବାକୁ ବଞ୍ଚାଇଥିଲେ ଭାରତୀୟ ପାଇଲଟ୍। ବିମାନରେ ଘଟିଥିବା ଏହି ଭୟଙ୍କର ଘଟଣା ଏବେ ଖୁବ୍ ଚର୍ଚ୍ଚାରେ। ଉଡ଼ାଣ ସମୟରେ କକପିଟ୍ ଭିତରେ ଭାରତୀୟ ପାଇଲଟ୍ଙ୍କ ଉପରେ ହୋଇଥିଲା ହିଂସାତ୍ମକ ଆକ୍ରମଣ। ଏହି ଆକ୍ରମଣରେ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛର ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ହେବା ସତ୍ତ୍ୱେ ବିମାନକୁ ନିୟନ୍ତ୍ରଣରେ ରଖିବାରେ ତାଙ୍କ ଭୂମିକାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ସାମ୍ନାକୁ ଆସିଲା ସ୍ମିତ ଭିଡିଓ

ଘଟଣା ପରେ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଆହତ ଅବସ୍ଥାରେ ନିଜ ଯନ୍ତ୍ରଣା ବିଷୟରେ କହୁଥିବା ଶୁଣିବାକୁ ମିଳୁଛି। ସ୍ମିଥ୍ କହୁଛନ୍ତି, ‘ମୋ ମୁଣ୍ଡରେ ବହୁତ ଯନ୍ତ୍ରଣା... ବହୁତ କଷ୍ଟ ହେଉଛି।’ ଏହା ସହିତ ସେ ନିଜ ହାତରେ ମଧ୍ୟ ଯନ୍ତ୍ରଣା ଥିବା କହୁଛନ୍ତି। ଭିଡିଓରେ ଜଣେ ଯାତ୍ରୀ ତାଙ୍କୁ ତକିଆ ଦେବାକୁ କହୁଥିବା ଶୁଣାଯାଏ। ଏହାର ଉତ୍ତରରେ ସ୍ମିତ କହୁଛନ୍ତି ମୋତେ ଶୋଇବାର ଆବଶ୍ୟକତା ନାହିଁ। ଏହି ସମୟରେ ଜଣେ ଯାତ୍ରୀ ପେନାଡଲ୍ କିମ୍ବା ପାରାସିଟାମଲ୍ ମିଳିପାରିବ କି ବୋଲି ପଚାରୁଥିବା ଶୁଣାଯାଏ। ଭିଡିଓରେ ଜଣେ ଯାତ୍ରୀ କ୍ୟାପ୍ଟେନ୍ ସ୍ମିତଙ୍କୁ କହୁଥିବା ଶୁଣାଯାଏ ସେ ଆପଣ ବିମାନକୁ ବଞ୍ଚାଇଦେଲେ। ଯାତ୍ରୀଙ୍କ କଥା ଅନୁସାରେ, ଆକ୍ରମଣକାରୀ ପାଇଲଟଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ଏବଂ ବିମାନରେ ଥିବା ଲୋକମାନେ ପାଇଲଟ୍ଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓ ଘଟଣାର ଭୟାବହତାକୁ ଆହୁରି ସ୍ପଷ୍ଟ କରୁଛି।

କକପିଟରେ କ’ଣ ଘଟିଥିଲା?

ରିପୋର୍ଟ ଅନୁସାରେ, ଫ୍ଲାଇଦୁବାଇର ଫ୍ଲାଇଟ୍ FZ1073 ଦୁବାଇରୁ ତେଲ ଅଭିଭ୍ ଯାଉଥିଲା। ବିମାନ ଆକାଶରେ ଥିବା ସମୟରେ କକପିଟ୍ ଭିତରେ ହଠାତ୍ ହିଂସାତ୍ମକ ଘଟଣା ଘଟିଥିଲା। ଏହି ଘଟଣାରେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛର ଆହତ ହୋଇଥିଲେ। ଆକ୍ରମଣକାରୀଙ୍କୁ କାବୁ କରିବା ପାଇଁ କିଛି ଯାତ୍ରୀ ଓ କ୍ରୁ ସଦସ୍ୟ ହସ୍ତକ୍ଷେପ କରିଥି ଘଟଣା ପରେ ବିମାନକୁ ତେଲ ଅଭିଭ୍ ନେବା ପରିବର୍ତ୍ତେ ସାଉଦି ଆରବର ତାବୁକ୍ ଆଡ଼କୁ ଡାଇଭର୍ଟ କରାଯାଇଥିଲା।

ଏହି ଘଟଣାକୁ ନେଇ ୟୁଏଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି। ୟୁଏଇର ଅଟର୍ଣ୍ଣି ଜେନେରାଲ୍ ହମଦ ସୈଫ ଅଲ୍-ଶମ୍ସି ଫ୍ଲାଇଟ୍ FZ1073ରେ ଘଟିଥିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକାରୀମାନେ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି, ଆକ୍ରମଣର ପ୍ରକୃତ କାରଣ ଏବଂ ଏହା ପଛରେ କୌଣସି ପୂର୍ବଯୋଜିତ ଷଡ଼ଯନ୍ତ୍ର ଥିଲା କି ନାହିଁ, ତାହା ଯାଞ୍ଚ କରୁଛନ୍ତି।ଏହା ସହିତ ଘଟଣାଟି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି।