ନୂଆଦିଲ୍ଲୀ,୧୫/୦୮:ସାରା ଦେଶ ଶନିବାର ୮୦ତମ ସ୍ୱାଧିନତା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଜନତା ଭାରତର ସ୍ୱାଧିନତା ପାଇଁ ଆନ୍ଦୋଳନ କରିଥିବା ବୀର ପୁରୁଷଙ୍କୁ ମନେ ପକାଉଛନ୍ତି ।ଦେଶ ମାତୃକା ପାଇଁଶହଶହ ସଂଗ୍ରାମୀ ଜେଲ୍ ଯାଇଛନ୍ତି । ଫାଶୀ ପାଇଛନ୍ତି ଏବଂ ବ୍ରିଟିଶ ଗୁଳିରେ ସହିଦ ହୋଇଛନ୍ତି ।

ତେବେ ଦେଶର ଏହି ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ସେ ବିକାଶ, ଆତ୍ମନିର୍ଭରତାକୁ ନେଇ ଅନେକ କଥା କହିଛନ୍ତି । ଏହାସହ ସେ ଦେଶବାସୀଙ୍କ ଦକ୍ଷତା ବାବଦରେ ମଧ୍ୟ କହିଛନ୍ତି । ଖାଲି ଏତିକି ନୁହେଁ ବାହାର ଦେଶର କଳାକାର ଭାରତରେ ନିଜ କଳା ପ୍ରଦର୍ଶନ କରିବାକୁ ଅନାଇ ବସିଥିବା ପିଏମ୍ ପ୍ରକାଶ କରିଛନ୍ତି ।

ପିଏମ୍ କନସର୍ଟ୍ ଇକୋନୋମିକୁ ନେଇ ଅନେକ କଥା କହିଛନ୍ତି । ସେ କହିଛନ୍ତି ଯେ, ଭାରତ ସାରା ବିଶ୍ୱରେ କନସର୍ଟ୍ ଇକୋନୋମିରେ ଆଗକୁ ବଢୁଛି । ବିଶ୍ୱର ଟପ୍ କଳାକାରମାନେ ଭାରତରେ ପରଫର୍ମ୍ କରିବାକୁ ପସନ୍ଦ କରୁଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଭାରତର ସଫ୍ଟ୍ ପାଓ୍ୱାର ସପ୍ତ ଧାରାର ସପ୍ତମ ଶକ୍ତି ଅଟେ । ଯୋଗ ଆଜି ଦୁନିଆକୁ ଭାରତ ସହ ଯୋଡିଛି । ଦେଶର ଆୟୁର୍ବେଦ, ଚିକିତ୍ସା, ହସ୍ତଶିଳ୍ପ, ସଂସ୍କୃତି, ଫିଲ୍ମ, ଆନିମେସନ୍, ଗେମିଂ ଆଦି ବିଶ୍ୱ ଦରବାରରେ ନାଁ କରିଛି ।

Also Read :- ଗାନ୍ଧୀ ମାର୍ଗରେ ପତ୍ତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବଡ଼ ବାର୍ତ୍ତା

ମୋଦୀ ଆହୁରି କହିଛନ୍ତି ଯେ, ସାରା ବିଶ୍ୱ ଏବେ ଭାରତର ଓ୍ୱେଭସ୍ ସମ୍ମିଳନୀକୁ ଅପେକ୍ଷା କରୁଛି । ଦେଶରେ ୧୦୦ରୁ ଅଧିକ ଜାତୀୟ ଉଦ୍ୟାନ, ସଫାରୀ ରହିଛି । ସଫ୍ଟ ପାଓ୍ୱାରର ଶକ୍ତି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହା ଦେଶ ପାଇଁ ଅନ୍ୟତମ ପ୍ରମୁଖ ସୁଯୋଗ ବୋଲି ଦେଶବାସୀଙ୍କୁ ଉଦେବାଧନ କରି ନରେନ୍ଦ୍ର ମୋଦୀ କହିଛନ୍ତି ।