ନୂଆଦିଲ୍ଲୀ,୧୫/୦୮:ସାରା ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ପବିତ୍ର କାର୍ଯ୍ୟକ୍ରମରେ ଅନେକ ଅତିଥି ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ, ସେନା ଅଧିକାରୀଙ୍କ ସମେତ ସାଂସଦ ଏବଂ ବିଧାୟକ ଉତ୍ସବରେ ଭାଗ ନେଇଥିଲେ । କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦେଖାନଥିଲା ।

ଜାତୀୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ସେମାନେ କ୍ରମାଗତ ଦ୍ୱିତୀୟ ଥର ସମାରୋହରେ ସାମିଲ ହୋଇନାହାଁନ୍ତି । ତେବେ କଂଗ୍ରେସର ଏପରି ନିଷ୍ପତ୍ତିକୁ ନେଇ ବିଜେପି ପ୍ରଶ୍ନ କରିଛି ।

Also Read :- ଭୂମିକମ୍ପ ପୂର୍ବରୁ ଆକାଶକୁ ସିଗନାଲ୍ ପଠାଇଲା ପୃଥିବୀ ! ଧରିଦେଲା ସାଟେଲାଇଟ୍...ବୈଜ୍ଞାନିକ ଛାନିଆ

ଖଡଗେ ଏବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଅଛନ୍ତି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀର ରାଙ୍କ୍ ମିଳିଛି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ଧାଡିରେ ବସିବା ପାଇଁକୁହାଯାଇଥିଲା। କିନ୍ତୁ କଂଗ୍ରେସ ଏହାକୁ ଗ୍ରହଣ କରିନାହିଁ । ଏହି ସିଟରେ ସେ ବସିପାରିବେ ନାହିଁ କିମ୍ବା ଚାଲିଚାଲି ଯାଇପାରିବେ ନାହିଁ ବୋଲି କଂଗ୍ରେସ କହିଛି । ଯେଉଁଥିପାଇଁ ସେ ସମାରୋହରେ ସାମିଲ ହୋଇ ନାହାଁନ୍ତି ।୨୦୨୫ ରେ ମଧ୍ୟ ସେ ସମାରୋହରେ ସାମିଲ ହୋଇନଥିଲେ ।

ରାହୁଲ ଗାନ୍ଧୀ ଅନୁପସ୍ଥିତ

ରାହୁଲ ଗନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ଅଛନ୍ତି । ତାଙ୍କୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି ।୨୦୨୪ ସ୍ୱାଧୀନତା ଦିବସ ସମାରୋହରେ ସେ ଦ୍ୱିତୀୟ ଧାଡିରେ ବସିଥିଲେ । ଯାହାକୁ କଂଗ୍ରେସ ବିରୋଧ କରିଥିଲା । ଏହା ରାହୁଲଙ୍କ ସମ୍ମାନହାନୀ କରିଥିବା କଂଗ୍ରେସ କହିଥିଲା । ଏହାପରେ ପ୍ରତିରକ୍ଷା ବିଭାଗ ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରଥମ ଧାଡି ଅଲମ୍ପିଆନ୍ ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା କହିଥିଲା ।

କେବଳ ସ୍ୱାଧୀନତା ଦିବସ ସମାରୋହ ନୁହେଁ ଆହୁରି ଅନେକ ସରକାରୀ କାର୍ଯ୍ୟକ୍ରମଠୁ କଂଗ୍ରେସ ନିଜକୁ ଦୂରେଇ ରଖିଛି । ନୂଆ ସଂସଦ ଭବନର ଭୂମିପୂଜନରେ ଦଳର କେହି ସାମିଲ ହୋଇନଥିଲେ । ଏପରିକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ମଧ୍ୟ କଂଗ୍ରେସ ଯୋଗ ଦେଇନଥିଲା ।