ନୂଆଦିଲ୍ଲୀ,୧୫/୦୮:ଭୂମିକମ୍ପ ଆସିବା ପୂର୍ବରୁ ମିଳୁଛି କି ସଙ୍କେତ?କେମିତି ଜଣାପଡିବ ବିପର୍ଯ୍ୟୟ ପୂର୍ବରୁ?ଏମିତି କିଛି ପ୍ରଶ୍ନ ଉପରେ ଦୀର୍ଘଦିନ ହେବ ଚାଲିଛି ଗବେଷଣା । କିନ୍ତୁ ଏବେ ବୈଜ୍ଞାନିକ କିଛି ସଫଳତା ପାଇଛନ୍ତି । ଇରାନରେ ଆସିଥିବା ଟି ଭୟଙ୍କର ଭୂମିକମ୍ପକୁ ଅନୁଧ୍ୟାନ କରିବା ପରେ ସେମାନେ ପାଇଛନ୍ତି ସୁରାକ୍ । ଯାହା ଆଗକୁ ଦୂର କରିବ ବିପଦ ଏବଂ ବଞ୍ଚାଇବ ଶହ ଶହ ଜୀବନ ।

ରିପୋର୍ଟ ଅନୁସାରେ, ଇରାନରେ ଗତ କିଛି ବର୍ଷ ମଧ୍ୟରେ ଅନେକ ଭୂମିକମ୍ପ ଆସିଛି । ଏହାମଧ୍ୟରୁଟି ବଡ ଭୂମିକମ୍ପ ରହିଛି । ଯାହାର ତୀବ୍ରତା ରୁ .୩ ମଧ୍ଯରେ ରହିଛି ।୨୦୧୪ ରୁ ୨୦୨୧ ମଧ୍ୟରେ ଏହାର ଝଟକା ଲାଗିଥିଲା । ଏହାକୁ ଅନୁଧ୍ୟାନ କରିବା ପରେ ଜଣା ପଡିଛି ଯେ ଅଘଟଣର କିଛି ମାସ ପୂର୍ବରୁ ମାଟି ଭିତରେ ଶବ୍ଦ ଶୁଭିଥିଲା । ଚାପ ସୃଷ୍ଟି ହେବାର ସଙ୍କେତ ମିଳିଥିଲା । ଏହାସହ ମାଟି ଉପରେ ଥିବା ଚୁମ୍ପକୀୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା ।

ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ବା ଇଏସଏର ସ୍ୱାର୍ମ୍ ମିଶନର ତଥ୍ୟକୁ ବ୍ୟବହାର କରି ଭୂବିଜ୍ଞାନୀମାନେ ଭୂମିକମ୍ପ ବାବଦରେ ଅନେକ କିଛି ଲିଙ୍କ୍ ପାଇଛନ୍ତି । ସେମାନେ କେନ୍ଦ୍ରସ୍ଥଳୀରୁ ୩୦୦କିମି ଦୂରତାରେ ଥିବା ଚୁମ୍ବକୀୟ କ୍ଷେତ୍ର ଉପରେ ନଜର ପକାଇଥିଲେ । ଏଥିରେ ହେଉଥିବା ପରିବର୍ତ୍ତନ ସହ ଭୂମିକମ୍ପ ସମୟର ପରିବର୍ତ୍ତନକୁ ଯୋଡା ଯାଇଥିଲା । ଏଥିରୁ କିଛି ଆଭାସ ମିଳିଥିଲା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସାଟେଲାଇଟ୍ ଦ୍ୱାରା ଭୂମିକମ୍ପର ସ୍ଥାନ ଏବଂ ତାରିଖ ବାବଦରେ ସ୍ପଷ୍ଟ ଭାବେ କିଛି କୁହାଯାଇ ପାରିବ ।

ଟି ଭୂମିକମ୍ପରେ ଭିନ୍ନ ପରିବର୍ତ୍ତନ

ବୈଜ୍ଞାନିକମାନେ୨୦୧୪ଅଗଷ୍ଟ୧୮ରେ ହୋଇଥିବା .୨ ତୀବ୍ରତା, ୨୦୧୭ ଡିସେମ୍ବର ରେ ହୋଇଥିବା ., ନଭେମ୍ବର ୧୨ରେ ହୋଇଥିବା .୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପକୁ ପ୍ରଥମେ ତର୍ଜମା କରିଥିଲେ । ଏହାପରେ ୨୦୨୧ରେ .୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଏବଂ ଆଫଗାନିସ୍ତାନରେ ଆସିଥିବା .୦ ତୀବ୍ରତାର ଭୂମିକମ୍ପ ବାବଦରେ ଅନୁଧ୍ୟାନ କରାଯାଇଥିଲା । ଏଥିରେ ସେମାନେ ବି-ଭାଲ୍ୟୁ ବିଶିଷ୍ଟ ଏକ ଜିନିଷ ଦେଖିଥିଲେ । ଯାହା କୌଣସି ସ୍ଥାନରେ ଆସିଥିବା ଛୋଟବଡ ଭୂମିକମ୍ପର ପାଟର୍ଣ୍ଣକୁ ବୁଝାଇଥାଏ । ଏହା ମାଟି ତଳେ ଥିବା ଶିଳା ଉପରେ ପଡୁଥିବା ଚାପକୁ ମଧ୍ୟ ଦର୍ଶାଏ । ଭୂମିକମ୍ପ ହୋଇଥିବା ଅନେକ ଜାଗାରେ ବି-ଭାଲ୍ୟୁ କମିବା ସମୟରେ ପୃଥିବୀ ପୃଷ୍ଠରେ ଥିବା ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇଥିଲା ।

ଏତତ୍ ବ୍ୟତୀତ ମୁର୍ମୁରୀରେ ହୋଇଥିବା ଭୂମିକମ୍ପର କିଛି ଦିନ ପୂର୍ବରୁ ବି-ଭାଲ୍ୟୁ କମିଥିଲା । ଏହି ସମୟରେ ସାଟେଲାଇଟ୍ ମାନେ ଚୁମ୍ବକୀୟ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକୁ ରେକର୍ଡ କରିଥିଲେ । ଘଟଣାର ୬୪ଦିନ ଏବଂ ଦିନ ପୂର୍ବରୁ ରେକର୍ଡ ହୋଇଥିବା ଭୂମିକମ୍ପରେ ପରିବର୍ତ୍ତନ ଆସିଥିଲା । ହୋଜେଡକ୍ ଭୂମିକମ୍ପ ପୂର୍ବରୁ ମଧ୍ୟ ସମାନ ସଙ୍କେତ ମିଳିଥିଲା । ସବୁଠାରୁ ବଡ କଥା ହେଉଛି ଯେ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ଏବଂ ପୃଥିବୀର ଚୁମ୍ପକୀୟ କ୍ଷେତ୍ରକୁ ବୈଜ୍ଞାନିକମାନେ ଅଲଗାଅଲଗାଅଧ୍ୟୟନ କରିଥିଲେ ।

Also Read :- କାହିଁକି ହୋଟେଲ୍ ରୁମରେ ନଥାଏ କାନ୍ଥ ଘଣ୍ଟା ? କାରଣ ଜାଣିଲେ ପାଦ ତଳୁ ଖସିଯିବ ମାଟି

ବୈଜ୍ଞାନିକଙ୍କ କହିବାନୁସାରେ, ଗବେଷଣାର ନୂଆ ତଥ୍ୟ ମିଳିଛି । କିନ୍ତୁ ଏହାକୁ ଦେଖି ଭୂମିକମ୍ପର ଅନୁମାନ ଲଗାଇବା ଅସମ୍ଭବ । ଏଥିପାଇଁ ସବୁ ଦେଶ ଏବଂ ପୃଥିବୀର ଭିନ୍ନ ଭିନ୍ନ ସ୍ଥାନର ତଥ୍ୟକୁ ଅନୁଧ୍ୟାନ କରିବାକୁ ହେବ । ଏବେ କେବଳ ସେମାନେ ସାଟେଲାଇଟ୍ ଦ୍ୱାରା ଭୂମିକମ୍ପ ସମୟରେ ଏବଂ ଏହାପୂର୍ବରୁ ହେଉଥିବା ପରିବର୍ତ୍ତନ ବାବଦରେ ତଥ୍ୟ ଏକାଠି କରୁଥିବା କହିଛନ୍ତି ।